ପ୍ରକୃତିର ସୁରକ୍ଷା ଚିନ୍ତାରେ ଶିକ୍ଷୟିତ୍ରୀ
କଟକ --- ବର୍ତ୍ତମାନ ସାରା ବିଶ୍ବରେ ଜଳବାୟୁର ପରିବର୍ତ୍ତନ ପରିଲକ୍ଷିତ ହେଉଛି । ପରିବେଶର ସୃଷ୍ଟି ଓ ସୁରକ୍ଷା ପାଇଁ ବିଶ୍ବର ବଡ ବଡ ପରିବେଶବିତ୍ ମାନେ ସମସ୍ତ ଦେଶକୁ ସତର୍କ କରାଉଛନ୍ତି । ପରିବେଶ ବିଗିଡିଲେ ବିପର୍ଯ୍ୟୟ ସୁନିଶ୍ଚିତ । ଖାଦ୍ୟ ଅଭାବରେ ପଶୁପକ୍ଷୀ ମାନେ ଜଙ୍ଗଲ ଛାଡି ଗାଁ ଓ ସହର ମୁହାଁ ହୋଇ ଧନଜୀବନ ନଷ୍ଟ କରିଛନ୍ତି । ପରିବେଶର ସୃଷ୍ଟି ଓ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ଜଣେ ଶିକ୍ଷୟିତ୍ରୀ । କଟକ ଜିଲ୍ଲାର ଡମପଡା ବ୍ଲକ ଅନ୍ତର୍ଗତ ପଣ୍ଡିତ ଗୋବିନ୍ଦ ରଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ନିବେଦିତା ପାଇକରାୟ । ପେଷାରେ ଶିକ୍ଷକତା ହେଲେହେଁ ନିଶା ହେଉଛି ପରିବେଶ ସୁରକ୍ଷା । ସେଥିପାଇଁ ସେ ଅଦରକାରୀ ଭାବେ ବାହାରେ ନଷ୍ଟ କରାଯାଉଥିବା ଫଳ ମଞ୍ଜିକୁ ସଂଗ୍ରହ କରି ତାକୁ ଖରାରେ ଶୁଖାଇ ସାଇତି ରଖୁଛନ୍ତି । ବିଭିନ୍ନ କାର୍ଯ୍ଯରେ ବାହାରକୁ ଗଲାବେଳେ ଖାଲି ଥିବା ରାସ୍ତା, ଘାଟ,ନଦୀବନ୍ଧ ,ପାହାଡ ପର୍ବତ , ମଶାଣି, ପଡିଆ ଇତ୍ୟାଦିରେ ବୁଣୁଛନ୍ତି ଏହି ମଞ୍ଜିକୁ । ତାଙ୍କର ଉଦ୍ଦେଶ୍ୟ ହେଲା ଫଳ ଗଛ ହେଲେ ମଣିଷ ଠାରୁ ଆରମ୍ଭ କରି ପଶୁପକ୍ଷୀ ପର୍ଯ୍ୟନ୍ତ ସମସ୍ତଙ୍କର ଖାଦ୍ୟାଭାବ ଦୂର ହେବ । ସବୁଜ ସୁନ୍ଦର ପରିବେଶ ସୃଷ୍ଟି ହେବ । ଏହା ସହିତ ମୃତ୍ତିକା ସଂରକ୍ଷଣ , ବର୍ଷା ନିୟନ୍ତ୍ରଣ, ସୁଶୀତଳ ଛାୟା , ପ୍ରାକୃତିକ ବିପର୍ଯ୍ୟୟ ନିୟନ୍ତ୍ରଣ ହୋଇପାରିବ । ଏହି ମହତ କାର୍ଯ୍ଯକୁ ସ୍ଥାନୀୟ ପରିବେଶବିତ୍ ଓ ବୁଦ୍ଧିଜୀବୀ28/6/2023 ମାନେ ଉଚ୍ଚ ପ୍ରଶଂସା କରିବା ସହିତ ଶିକ୍ଷୟତ୍ରୀ ଙ୍କୁ ସହଯୋଗ କରୁଛନ୍ତି । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୨୮/୬/୨୦୨୩ ---୮,୩୦ Sakhigopal News,