ଜନ୍ମମାଟିରେ ପୁଣ୍ଯାତ୍ମା ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବ, ଭାର୍ଗବୀ ନଦୀ ରେ ତିଳତର୍ପଣ
ସାକ୍ଷୀଗୋପାଳ ---- ଐତିହ୍ୟ ସୁଆଣ୍ଡୋ ଗ୍ରାମ ତଥା ଜନ୍ମମାଟି ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ଅବସରରେ ଭାର୍ଗବୀରେ ତିଳତର୍ପଣ କରାଯାଇଛି । ଗୋପବନ୍ଧୁ ସ୍ମୁତିପରିଷଦ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଜନ୍ମପୀଠ ଠାରୁ ସ୍ମୁତିପରିଷଦ ସଭାପତି ଧୀରେନ୍ଦ୍ର ନାଥ ଦାସ ଙ୍କ ନେତୃତ୍ବ ରେ ଶତାଧିକ ଗୋପବନ୍ଧୁ ପ୍ରେମୀଙ୍କ ସହିତ ସଂକୀର୍ତ୍ତନ ମଣ୍ଡଳୀ ଛତି ତ୍ରାସ ମସାଲ ବାଜା ବାଜି ତିଳତର୍ପଣ ଯାତ୍ରା ବାହାରି ଭାର୍ଗବୀ ନଦୀ ଘାଟରେ ପହଞ୍ଚି ଥିଲା । ଗୋପବନ୍ଧୁଙ୍କ ଦ୍ୱାରା ଲିଖିତ ବନ୍ଦୀର ଆତ୍ମକଥା ଆବୃତି କରି ଗୋପବନ୍ଧୁ ଅମରହେ ନାରା ଦେଇ ଶୋଭାଯାତ୍ରା ନଦୀତୁଠ ପର୍ଯ୍ୟନ୍ତ ଯାଇଥିଲେ । କୂଳ ପୁରୋହିତ ଲକ୍ଷ୍ମିକାନ୍ତ ନନ୍ଦ ବୈଦିକ ମନ୍ତ୍ରରେ ଗୋପବନ୍ଧୁଙ୍କ ୯ ପୁରୁଷ ପିତ୍ରୁ ଓ ମାତ୍ରୁୁକୂଳଙ୍କ ଉଦେଶ୍ଯ ରେ ତିଳତର୍ପଣ କରାଯାଇଥିଲା । ଜିଲା ସୂଚନା ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠି, ଜିଲା ସଂକ୍ରମିତ ଅଧୀକାରୀ ହେମନ୍ତ କୁମାର ବେହେରା, ପଞ୍ଚାୟତ ସମିତି ଅଧ୍ଯକ୍ଷ ସୁନିଲ କୁମାର ପଣ୍ଡା , ମଣ୍ଡଳ ଉନ୍ନୟନ ଅଧିକାରୀ ଲୋଚନ ଦାସ, ଜିଲାପରିଷଦ ସଭ୍ଯ ରତିକାନ୍ତ ମିଶ୍ର, ସରପଞ୍ଚ ଦୁଶାସନ ପ୍ରଧାନ, ସ୍ମୁତିପରିଷଦ କାର୍ଯ୍ଯକାରୀ ସଭାପତି ଦେବେନ୍ଦ୍ର ନାଥ ଦାଶ ପ୍ରମୁଖ ମହାପୁରୁଷ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଉତ୍କଳ ସ୍ୱାଭିମାନ ମଞ୍ଚ ନିର୍ମାଣ ସଭାପତି ରାଧାକାନ୍ତ ଦାଶ, ବ୍ଯାଙ୍କ ଅଫିସର ବାସୁଦେବ ସାହୁ, ଶିକ୍ଷାବିତ ମନୋରଞ୍ଜନ ମିଶ୍ର, ବସନ୍ତ କୁମାର ମିଶ୍ର, ଗୋବିନ୍ଦ ଫାରକ, ପ୍ରଫୁଲ୍ଲ ପ୍ରଧାନ ତାରାକାନ୍ତ ଦାଶ, ରବୀନ୍ଦ୍ର ନାଥ ଦାଶ, ଲକ୍ଷ୍ମଣ ଦାଶ, ସୁଦାମ ଚରଣ ଦାଶ, ରାମକୃଷ୍ଣ ଦାଶ, ମହେନ୍ଦ୍ର ନାଥ ଦାଶ, କାହ୍ନୁ ଚରଣ ଦାଶ, ନରହରି ସିଂ, କ୍ରିଡା ଶିକ୍ଷକ ବ୍ରଜକିଶୋର ପାଇକ ରାୟ, ସଞ୍ଜୟ କୁମାର ମହାପାତ୍ର, ମାକ୍ଷେତ୍ରପାଳୀ ମ୍ରୁଦଙ୍ଗ ବାଦ୍ଯ ପରିଷଦ ପକ୍ଷରୁ ରମେଶ ଚନ୍ଦ୍ର ପଲେଇ, ସୁବଳଚରଣ ପ୍ରଧାନ, କୁଳମଣି ବିଶ୍ୱାଳ, ଭାସ୍କର ସ୍ୱାଇଁ, ରମେଶଚନ୍ଦ୍ର ଦାସ, ବିଜୟ ନାୟକ, ସମିର କୁମାର ପଲେି, ଧୂଳିଆ ବରାଳ, ରମେଶ ମହାରଣା, ଉତ୍କଳମଣି ଭାଗବତ ପ୍ରଚାରସମିତି ଯୁଗ୍ମ ସଂପାଦକ ଗୋବିନ୍ଦ ଫାରକ, ସରୋଜ କୁମାର ପ୍ରଧାନ, ପ୍ରୋଜେକ୍ଟ ଅଫିସର ହିମାଦ୍ରୀ ନାୟକ, ନୀଳାଚଳ କ୍ରୁଷକ ମହାସଂଘ ର ଉପଦେଷ୍ଟା ନିରଞ୍ଜନ ମହାପାତ୍ର ଶିକ୍ଷାବିତ ଅମୂଲ୍ଯ କୁମାର କର, ଚିନ୍ମୟ କୁମାର ମହାପାତ୍ର, ଗଣେଶ ପ୍ରଧାନ, ବାଳକ୍ରୁଷ୍ନ ବେହେରା ଓ ସୁଧିର ସ୍ୱାଇଁ ପ୍ରମୁଖ ଶତାଧିକ ଗୋପବନ୍ଧୁ ପ୍ରେମୀ ଶ୍ରାଦ୍ଧୋତ୍ସବ ରେ ଯୋଗଦାନ କରି ମହିମାମଣ୍ଡିତ କରିଥିଲେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୮/୬/୨୦୨୩----୯,୨୫ Sakhigopal News,18/6/2023