Breaking News

ବରଗଡ଼ ଜିଲ୍ଲା ଡୁମାଲ ପରିଷଦ ର ଏକ ସାଧାରଣ ବୈଠକ

 
ବରଗଡ଼----  ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ଅପାମରା ମାଁ ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ରବିବାର ଦିନ ବରଗଡ଼ ଜିଲ୍ଲା ଡୁମାଲ ପରିଷଦ ର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ର ଜିଲ୍ଲା ଉପସଭାପତି  ସୁଶିଲ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା l  ଜିଲ୍ଲା ସଭାପତି ଦୟାସାଗର ମେଣ୍ଡଳୀ ଡୁମାଲ ପରିଷଦ, ଓଡିଶା ର ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ବରଗଡ଼ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଥିଲେ l ସଭାର ସର୍ବସମ୍ମତିକ୍ରମେ ଓ ଗଣେଶ ପ୍ରଧାନଙ୍କୁ ବରଗଡ଼ ଜିଲ୍ଲା ଡୁମାଲ ପରିଷଦର ନୂତନ ଜିଲ୍ଲା ସଭାପତି ରୂପରେ ମନୋନୀତ କରାଯାଇଥିଲା l ବରଗଡ଼ ଜିଲ୍ଲା କମିଟି ଓ ମାଁ ମାହେଶ୍ୱରୀ ସେନା ତରଫରୁ ଡୁମାଲ ପରିଷଦ ର ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଥିବା  ଦୟାସାଗର ମେଣ୍ଡଳୀ, ଡୁମାଲ ପରିଷଦର ନୂତନ ରାଜ୍ୟ ମହିଳା ସଭାନେତ୍ରୀ  ଶ୍ରୀମତୀ ହେମାବତୀ କରନ , ଖୋର୍ଦ୍ଧା ଜିଲ୍ଲା ସଭାପତି ବାମଦେବ ବଘାର,ନୂତନ ଭାବେ ମନୋନୀତ ଡୁମାଲ ପରିଷଦ, ବରଗଡ଼ ଜିଲ୍ଲା ସଭାପତି  ଗଣେଶ ପ୍ରଧାନଙ୍କୁ ଶୁଭେଚ୍ଛା ଜଣାଇ ଉପଢୌକନ ସହ ସମର୍ଦ୍ଧିତ କରାଯାଇଥିଲା l ବରଗଡ଼ ଜିଲ୍ଲାରେ ବସବାସ କରୁଥିବା ଡୁମାଲ ପରିବାର ମାନଙ୍କର ପରିସଂଖ୍ୟାନ କୁ ଠିକ ଭାବେ ସମ୍ପାଦନ କରିବା,ଏପର୍ଯ୍ୟନ୍ତ ଗଠିତ ହୋଇନଥିବା କେନ୍ଦ୍ର କମିଟି ଗୁଡିକର ପୁନଃର୍ଗଠନ , ପ୍ରତ୍ୟେକ କେନ୍ଦ୍ର ଗୁଡିକରେ ଜିଲ୍ଲା କମିଟି ତରଫରୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିବା,ଡୁମାଲ ଜାତିରେ ରହିଥିବା ବିଭିନ୍ନ ଜାତୀୟ ସମସ୍ୟା ଗୁଡିକ କେନ୍ଦ୍ର କମିଟି ଓ ଜିଲ୍ଲା କମିଟି ବିଚାର ବିମର୍ଶ କରି ସହମତି ଭିତ୍ତିରେ ସମାଧାନ କରିବା । ମାହେଶ୍ୱରୀ ସଂସ୍କୃତି, ଡୁମାଲ ଜାତିର ରୀତିନୀତି, ଚାଲିଚଳନ କୁ ଠିକ ଭାବେ ଶୃଙ୍ଖଳିତ କରିବା ପାଇଁ ପ୍ରତ୍ୟେକ ଗ୍ରାମ ସ୍ତରରେ ଜାଗୃତି ସଭାମାନ କରି ସମସ୍ତ ଜାତିଭାଇ ମାନଙ୍କୁ ସଚେତନ କରିବା ପାଇଁ ପ୍ରସ୍ତାବମାନ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା l ପ୍ରତ୍ୟେକ କେନ୍ଦ୍ର ସ୍ତରରୁ ଜିଲ୍ଲା କମିଟି କୁ ୫ଜଣ ଲେଖାଏଁ ଯୁବକ ମାନଙ୍କୁ ସାମିଲ କରିବା ପାଇଁ ମତପ୍ରକାଶ ପାଇଥିଲା l ଏହି ବୈଠକରେ ଜିଲ୍ଲା କମିଟିର ସମସ୍ତ ସଭ୍ୟ ସଭ୍ୟା, ରାଜ୍ୟ ପରିଷଦ  ସଭ୍ୟ ସଭ୍ୟା, କେନ୍ଦ୍ର କମିଟି ମାନଙ୍କର ସଭାପତି ଓ ସଭ୍ୟ ସଭ୍ୟା ଓ ମା ମାହେଶ୍ୱରୀ ସେନାର ସଦସ୍ୟମାନେ ଉପସ୍ଥିତ ରହି ନିଜନିଜର ମତପ୍ରକାଶ କରିଥିଲେ l ସଭାଶେଷରେ ବରଗଡ଼ ଜିଲ୍ଲା ସମ୍ପାଦକ  ସୁବାସ ଠାଠୀ ଧନ୍ୟବାଦ ପ୍ରଦାନ  କରିଥିଲେ l
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୯/୬/୨୦୨୩----୧୨,୪୫ Sakhigopal News,19/6/2023

Blog Archive

Popular Posts