ସାକ୍ଷୀଗୋପାଳରେ ପତଞ୍ଜଳି ଯୋଗ ସମିତି ଆନୁକୂଲ୍ୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ
ସାକ୍ଷୀଗୋପାଳ ----- ଆନ୍ତର୍ଜାତୀୟ ଯୋଗଦିବସ ସତ୍ଯବାଦୀ ଉଚ୍ଚ ବିଦ୍ଯାଳୟ ପରିସରରେ ପାଳିତ ହୋଇଯାଇଛି । ସାକ୍ଷୀଗୋପାଳ ପତଞ୍ଜଳି ଯୋଗ ସମିତି ଆନୁକୂଲ୍ୟରେ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ସତ୍ଯବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂହ, ସତ୍ଯବାଦୀ ଗୁରୁକୁଳ ପ୍ରତିଷ୍ଠାତା ବିଷ୍ଣୁ ପ୍ରସାଦ ମିଶ୍ର, ପାରା ଆଥଲେଟ ଦୌଡରାଣୀ ଜୟନ୍ତୀ ବେହେରା ଓ ପତଞ୍ଜଳି ଯୋଗ ସମିତି ସଭାପତି ପ୍ରହଲାଦ ଘଟୁଆରୀ ଅତିଥି ଭାବେ ଯୋଗଦାନ କରିଥିଲେ । ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ର ରେ ଧୂପ ଦୀପ ଫୁଲମାଳ ଦେଇ ଅତିଥି ମାନେ କାର୍ଯ୍ଯକ୍ରମ ଆନୁନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଶିବିରରେ ସତ୍ଯବାଦୀ ଉଚ୍ଚ ବିଦ୍ଯାଳୟ ଏନସିସି ଛାତ୍ର, ବାଳିକା ଉଚ୍ଚ ବିଦ୍ଯାଳୟ ବିଭିନ୍ନ ବିଦ୍ଯାଳୟ ଛାତ୍ରଛାତ୍ରୀ ଓ ସାଧାରଣ ଲୋକମାନେ ଯୋଗ ପ୍ରଶିକ୍ଷଣ ନେଇଥିଲେ । ଶିବିରରେ କପାଳଭାତି, ତ୍ରିକୋଣ, ଭଦ୍ରାସନ, ବ୍ରଜ, ଉତ୍ଥାନ, ପାଦାସନ, ହଳାସନ, ପବନମୁକ୍ତାସନ, ହସ୍ତ ଚାଳନା,କଟି ଚାଳନା, ତାଡାସନ,ବ୍ରୁକ୍ଷାସନ, ପଦ,ହସ୍ତ ଚାଳନା ଆସନ, ଅନୁଲୋମ ଓ ବିଲୋମ ଆଦି ଯୋଗସୂତ୍ର ଗୁଡିକ ଯୋଗଗୁରୁ ସୁବାସ ଚନ୍ଦ୍ର ମିଶ୍ର ଓ ସହଯୋଗୀ ଭଗବାନ ପାଲ ଶିକ୍ଷା ଦେଇଥିଲେ । ଏହି ଅବସରରେ ତହସିଲଦାର ଶ୍ରୀ ଜୟସିଂହ ଯୋଗର ଉପକାରିତା ସଂପର୍କରେ ନିଜର ମତ ରଖିଥିଲେ । ପାରା ଆଥଲେଟ ଜୟନ୍ତୀ ବେହେରା ଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ସଂପାଦକ ଶ୍ରୀସତ୍ଯବାଦୀ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଶ୍ରୀ ଘଟୁଆରୀ ଧନ୍ଯବାଦ ଅର୍ପଣ କରିଥିଲେ । ଭାରତ ବିକାଶ ପରିଷଦ ସତ୍ଯଶାଖାର ସଭ୍ଯମାେନ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୨/୬/୨୦୨୩-----୧୨,୪୫ Sakhigopal News,22/6/2023
ସାକ୍ଷୀଗୋପାଳରେ ପତଞ୍ଜଳି ଯୋଗ ସମିତି ଆନୁକୂଲ୍ୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ
Reviewed by sakhigopal news
on
23:45
Rating: 5
