Breaking News

ଅର୍ବାନ ବ୍ୟାଙ୍କ ଘେରିଲା ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସ




ଜଟଣୀ ---- ସ୍ଥାନୀୟ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଓ ମଞ୍ଚେଶ୍ଵର୍ ଠାରେ ଅବସ୍ତିତ ଅର୍ବାନ ବ୍ୟାଙ୍କ କୁ ଘେରିଲେ ଶ୍ରମିକ କଂଗ୍ରେସ । ୨୦୨୧ ରେ ଅଂଶୀଦାର ମାନଙ୍କ ଲାଭାଂଶ ପାଇଁ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ସାଧାରଣ ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଏକକାଳୀନ ବିଶାଖାପାଟଣା , ସମ୍ବଲପୁର,ମଞ୍ଚେଶ୍ୱର୍ ଓ ଖୋର୍ଦ୍ଧାରୋଡ଼ ଠାରେ ଅବସ୍ଥିତ ଅର୍ବାନ ବ୍ୟାଙ୍କ ଘେରାଉ କରାଯାଇଥିଲା। ଦାବି ଥିଲା ଅଂଶୀଦାର ମାନଙ୍କ ଲାଭାଂଶ ୨୦୧୪ ରୁ କଣ ପାଇଁ ମିଳୁନାହିଁ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି? । ସେତେବେଳେ  ଡାଇରେକ୍ଟର କହିଥିଲେ 2014 ରୁ ଭୋଟ ହୋଇନି, ପରିଷଦ ଭଙ୍ଗ ହୋଇଯାଇଛି । ପୁନର୍ବାର ଭୋଟ ହେଲେ ନୂତନ ପରିଷଦ ବସିବାର 24 ଘଣ୍ଟାରେ ଲାଭାଂଶ ଦିଆଯିବ। ଆନ୍ଦୋଳନ ତୀବ୍ରତର ହେବାରୁ ଗତ ମାସରେ ଅର୍ବାନ ବ୍ୟାଙ୍କର ମୁଖ୍ୟ ଘୋଷଣା କଲେ 2014 ରୁ 2023 ପର୍ଯ୍ୟନ୍ତ ଲାଭାଂଶ ଜୁନ ମାସ ଆରମ୍ଭରୁ ଦିଆଯିବ। ଅଂଶିଦାର ମାନେ ଏକ ଫର୍ମ ମାଧ୍ୟମରେ  ଜୁନ ମାସ ଶେଷ ସୁଦ୍ଧା ଆବେଦନ କରିବେ। ଏଠି ପ୍ରଶ୍ନ ଉଠେ ଭୋଟ ହୋଇନି, ନୂଆ ପରିଷଦ ବସିନି କିନ୍ତୁ ଲାଭାଂଶ ଦେବା ପାଇଁ ଘୋଷଣା କଲ କେମିତି?। ଯଦି ଆଜି ଦେଲ ୮ ବର୍ଷ କାଳ ଆମ ଟଙ୍କା କାହିଁକି ରଖିଥିଲ? । ତାର ସୁଧ କିଏ ଦବ? । କାହାର କେତେ ଲାଭାଂଶ ଅଛି ତାହା ଲିପିବଦ୍ଧ ଥିବା ଫୋନ୍ ମାଧ୍ୟମରେ ନ ଜଣାଇ ୧୮ ହଜାର ଅଂଶିଦାର ଙ୍କୁ ଆସିବାକୁ କାହିଁକି ବାଧ୍ୟ କରାଯାଉଛି ବୋଲି ଖୋର୍ଦ୍ଧାରୋଡ଼ ମଣ୍ଡଳ ଶ୍ରମିକ କଂଗ୍ରେସର ସହ ସଂଯୋଜକ (ସ୍ବାଧିନ) ସୁନିଲ ଭଞ୍ଜ ବ୍ୟାଙ୍କ୍ ମ୍ୟାନେଜର ଙ୍କୁ ପ୍ରଶ୍ନ କରିଥିଲେ । ତା ସହିତ ସେଭିଂ ଖାତାରେ ଲାଭାଂଶ ଲିପିବଦ୍ଧ କରିବାକୁ ଦାବି କରିଥିଲେ। ମଞ୍ଚେଶ୍ଵର ରେ ମଧ୍ୟ ଅନୁରୂପ ଭାବେ ମୁଖ୍ୟାଳୟ ଶାଖା ସମ୍ପାଦକ ସଞ୍ଜୟ ଦାସଙ୍କ ନେତୃତ୍ୱରେ କୈଫେତ୍ ମଗାଯାଇଥିଲା। କାର୍ଯ୍ୟରତ ବ୍ୟାଙ୍କ୍ ମ୍ୟାନେଜର ଗାର୍ଡେନରିଚ୍ ରେ ଥିବା ମୁଖ୍ୟ ଅଧିକାରୀଙ୍କ ସହ ବିଚାରବିମର୍ଶ କରି ଲାଭାଂଶ କୁ ସେଭିଂ ଖାତାରେ ଲିପିବଦ୍ଧ କରିବା ସହିତ ଦୁଇମାସ ଭିତରେ ସମସ୍ତ ଅଂଶୀଦାର ମାନଙ୍କୁ ଫୋନ୍ ମେସେଜ ମାଧ୍ୟମରେ ତାଙ୍କର କେତେ ଅର୍ଥ ଲାଭାଂଶ ମିଳିବ ଜଣାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ଦୁଇମାସରୁ ଗୋଟିଏ ସପ୍ତାହ ଡେରି ହେଲେ ଆନ୍ଦୋଳନ କୁ ଆହୁରି ତୀବ୍ର କରାଯିବ ବୋଲି ଉପସ୍ଥିତ ଅଂଶୀଦାର ମାନେ ଚେତାବନୀ ଦେଇଥିଲେ।  ଆଜିର ଏହି ଘେରାଉ ଖୋର୍ଦ୍ଧାରୋଡ଼ ଠାରେ କେନ୍ଦ୍ରୀୟ ପଦାଧିକାରୀ ଶ୍ରୀ ସୁବ୍ରତ ପଣ୍ଡା, ଏ ଶ୍ରୀନିବାସ ରାଓ, ଶରତ ପଣ୍ଡା , ଭି ଏସ ପ୍ରସାଦ, ଆଶୁତୋଷ ବ୍ରହ୍ମା ଶାଖା ସମ୍ପାଦକ ସୂର୍ଯ୍ୟକାନ୍ତ ସୁବୁଦ୍ଧି, ଗୋପାଳ ଦାସ , ସଭାପତି ଧୂଷାସନ୍ ସାହୁ, ନାରୀ ନେତ୍ରୀ ରୁନି ବେହେରା, ଅର୍ପିତା ମହାନ୍ତି ନେତୃତ୍ୱ ନେଇଥିବା ବେଳେ ମଞ୍ଚେଶ୍ୱର ଶାଖା ବ୍ୟାଙ୍କ୍ କାର୍ଯ୍ୟାଳୟରେ କେନ୍ଦ୍ରୀୟ ପଦାଧିକାରୀ ବିଶ୍ଵନାଥ ରାୟ, ପ୍ରଭାସ ପାତ୍ର , ଶ୍ରୀଧର ନାୟକ, ସୁଶାନ୍ତ ମହାପାତ୍ର, ଶାଖା ସମ୍ପାଦକ କ୍ଷୀରୋଦ ସେନାପତି ସମେତ ୪୦୦ ରୁ ଉର୍ଦ୍ଧ ଅଂଶୀଦାର ଏହି ଆନ୍ଦୋଳନ ରେ ସାମିଲ ହୋଇଥିଲେ  ବୋଲି ମିଡିଆ ସେଲ୍ ର ମୁଖ୍ୟ ତଥା ଶାଖା ସମ୍ପାଦକ ଶ୍ରୀ ଏଲ ଡି ମହାନ୍ତି ସୂଚନା ଦେଇଛନ୍ତି।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୬/୬/୨୦୨୩---୧୧,୫୫ Sakhigopal News,16/6/2023

Blog Archive

Popular Posts