୮୬ ଗ୍ରାମ ଧଳା ଜହର ଜବତ ଜଣେ ଗିରଫ
ପୁରୀ ----ପୁରୀ ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ ସାତପଡ଼ା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ରଙ୍କନିଧି ମଲ୍ଲିକ ଙ୍କ ନେତୃତ୍ୱରେ ଏକ ଟିମ ସଦର ଥାନା ଅଧୀନ ଗୋରୁଆଳ ଛକ,ମଦର୍ ପବ୍ଲିକ ସ୍କୁଲ ନିକଟରେ ଚଢ଼ାଉ କରିଥିଲେ । ସେଠାରୁ ନେତ୍ରାନନ୍ଦ ସାମଲ , ବୟସ -39ବର୍ଷ ଗ୍ରାମ: ମୁକୁନ୍ଦ ପ୍ରସାଦ , ଖୋର୍ଦ୍ଧା ଙ୍କୁ ଗିରଫ କରି ତାଙ୍କ ନିକଟରୁ ୮୬ ଗ୍ରାମ ବ୍ରାଉନ ସୁଗାର (ହେରୋଇନ )ଜବତ କରିବା ରେ ସଫଳ ହୋଇଛନ୍ତି। ସାତପଡା ଅବକାରୀ ଥାନା କେସ ନଂ :- 39/23-24ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ପୁରୀ କାରାଗାରକୁ ପଠାଯାଇଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ 8,60,000 ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି। ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୪/୬/୨୦୨୩---୮,୪୫ Sakhigopal News,24/6/2023