ଗୋଣ୍ଡୱାନା ରାଣୀ ଦୁର୍ଗାବତୀ ଙ୍କ 460 ତମ ବଳୀଦାନ ଦିବସ ପାଳିତ
ବାଲିଗୁଡ଼ା ---- ତୁମୁଡ଼ିବନ୍ଧ ଚୂନପଲ୍ଲୀ ଠାରେ ଆଜି ଗୋଣ୍ଡୱାନା ବିରାଙ୍ଗନା ରାଣୀ ଦୁର୍ଗାବତୀଙ୍କ 460 ତମ ତିରୋଧାନ ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଆଜିର ଏହି ତିରୋଧାନ ଦିବସ ରେ କନ୍ଧମାଳ ଜିଲ୍ଲା ଆଦିବାସୀ ଗୋଣ୍ଡ ସମ୍ପ୍ରଦାୟ ସମାଜ ଲୋକେ ଉପସ୍ଥିତ ରହି ବିରାଙ୍ଗନା ମହାନ ସଂଗ୍ରାମୀ ରାଣୀ ଦୁର୍ଗାବତୀ ଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଉପସ୍ଥିତ ଗୋଣ୍ଡ ସମ୍ପ୍ରଦାୟ ର କାର୍ଯ୍ୟକାରିଣୀ ସଦସ୍ୟ ,ସଦସ୍ୟା ମହାରାଣୀ ଦୁର୍ଗାବତୀ ଙ୍କ ସଂଗ୍ରାମ ଜୀବନୀ କାହାଣୀ ଉପରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଦିବସ ପାଳନର ମୁଖ୍ୟ ଉଦେଶ୍ୟ ସମସ୍ତ ଗୋଣ୍ଡ ଆଦିବାସୀ ସମ୍ପ୍ରଦାୟ କୁ ସାମିଲ କରି ରାଣୀ ଦୁର୍ଗାବତୀ ମଣ୍ଡାଵୀ ଙ୍କ ଅମର ଗାଥା ଆଲୋଚନା ସହିତ ମହାନ ସଂଗ୍ରାମୀ ଙ୍କ ଜୀବନୀ ଉଚ୍ଚ ମାଧ୍ୟମିକ ଶିକ୍ଷା ପଠ୍ଯପୁସ୍ତକ କରେ ସାମିଲ କରିବା ପାଇଁ ଆଜି ଓଡ଼ିଶା ସରକାରଙ୍କ ନିକଟରେ ଦାବୀ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମ ରେ ସଂଗ୍ରାମ ଜୀବନୀ ଉପରେ ଆଲୋଚନା ସହ ବିଭିନ୍ନ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ଏବଂ ବିଶିଷ୍ଟ ବ୍ୟକ୍ତି ଙ୍କୁ ସମ୍ମାନିତ କରାଯାଇଥିଲା । ଏହାସହ ଗୋଣ୍ଡ ସମାଜ ର ସଂସ୍କୃତି ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୪/୬/୨୦୨୩----୮,୧୦ Sakhigopal News,24/6/2023