ଜଗନ୍ ମୋହନଙ୍କ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ଭଞ୍ଜନଗର,---- ଦୈନିକ ଖବରକାଗଜ 'ସକାଳ' ର ବ୍ରହ୍ମପୁର ସଂସ୍କରଣ ମୁଖ୍ୟ ଡ଼. ଜଗନ୍ ମୋହନ ମହାପାତ୍ରଙ୍କ ଆଜି ହୃଦଘାତରେ ପରଲୋକ ଖବର ଶୁଣି ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି।ଜଣେ ବିଚକ୍ଷଣ ଜ୍ଞାନର ଅଧିକାରୀ ଓ ସର୍ବ ଗୁଣ ସମ୍ପନ୍ନ ମହାନ ବ୍ୟକ୍ତିତ୍ୱ ଙ୍କୁ ଏତେଶୀଘ୍ର ହରାଇବାକୁ କେହିବି ଚାହୁଁ ନ ଥିଲେ। ତେଣୁ ତାଙ୍କୁ ଉଣା ଅଧିକେ ଜାଣିଥିବା ଲୋକମାନେ ତାଙ୍କର ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି।ଏହି ଅବସରରେ ଭଞ୍ଜନଗର ପ୍ରେସ କ୍ଲବ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା। 'ସକାଳ'ର ଭଞ୍ଜନଗର ଉପଖଣ୍ଡ ପ୍ରତିନିଧି ଜୟକୃଷ୍ଣ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭଞ୍ଜନଗର ପ୍ରେସକ୍ଲବ ଉପଦେଷ୍ଟା ରବୀନ୍ଦ୍ର କୁମାର ପାତ୍ର, ସମ୍ପାଦକ ବାବୁଲା ପ୍ରଧାନ ମଞ୍ଚରେ ଉପସ୍ଥିତ ଥିଲେ।ଜଗନ୍ ମୋହନଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରଥମେ ଉପସ୍ଥିତ ସାମ୍ବାଦିକମାନେ ଏକ ମିନିଟ ନୀରବ ପ୍ରାର୍ଥନା କରିବା ପରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ବର୍ଗତ ଜଗନ୍ ମୋହନ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିବାରୁ ୩ଟି ଜିଲ୍ଲାର ଦାୟିତ୍ୱରେ ରହି ସକାଳ ଖବରକାଗଜକୁ ଖୁବ କମ ସମୟ ମଧ୍ୟରେ ଅଧିକ ଲୋକପ୍ରିୟ କରିବାରେ ସଫଳ ହୋଇ ପାରିଥିଲେ।ସେ ଜଣେ ମେଳାପୀ ଓ ପରୋପକାରୀ ବ୍ୟକ୍ତି ହୋଇଥିବାରୁ ସମସ୍ତଙ୍କର ପ୍ରିୟପାତ୍ର ହୋଇ ପାରିଥିଲେ।ଏଭଳି ଜ୍ଞାନୀ ଗୁଣୀ ଲୋକଙ୍କ ଆଶୀର୍ବାଦ ସବୁବେଳେ ସମସ୍ତଙ୍କ ଉପରେ ରହିବା ବଦଳରେ ହଟିଯିବା ନିହାତି ଦୁର୍ଭାଗ୍ୟଜନକ ବୋଲି ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ସାହୁ, ରାଜେଶ କୁମାର ପଣ୍ଡା, ବିଶ୍ବମ୍ବର ଜେନା,ନିଲୁ ବିଷୋୟୀ, ସମାଜସେବୀ ଶୂଳ ପାଣି ଶତପଥୀ ଓ ଅନ୍ୟମାନେ କହିଥିଲେ।'ସକାଳ' ପ୍ରତି ଭଗବାନ କେଡ଼େ ନିର୍ଦ୍ଦୟ ହୋଇ ଖୁବ କମ ଦିନରେ ବ୍ରହ୍ମପୁରର ଦୁଇ ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁ ଓ ବ୍ରହ୍ମପୁର ମୁଖ୍ୟ ଜଗନ୍ ମୋହନ ମହାପାତ୍ରଙ୍କ ଭଳି ଲୋକଙ୍କୁ ଆମ ଗହଣରୁ ଛଡାଇ ନେଲେ। ଯାହାକି ଆମ ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ଭଞ୍ଜନଗର ସକାଳ ପ୍ରତିନିଧି ଶ୍ରୀ ପଟ୍ଟନାୟକ କହିଥିଲେ।ଏଥିରେ ଅମରେନ୍ଦ୍ର ପଟ୍ଟନାୟକ, ରବୀନ୍ଦ୍ର ପ୍ରଧାନ, ମନୋଜ କୁମାର ଗୌଡ଼, ଆଶିଷ କୁମାର ଗୌଡ଼, ବିରେନ୍ଦ୍ର ସ୍ୱାଇଁ, ଶିବ ଶଙ୍କର ପ୍ରଧାନ, ଚିନ୍ମୟ କୁମାର ବେବର୍ତ୍ତା ଓ ଅନ୍ୟ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୦/୬/୨୦୨୩---୯,୪୫ Sakhigopal News,30/6/2023