ଅସୁସ୍ଥଙ୍କ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଲେ ଏବଂ ଆସୁ ଆରୋଗ୍ୟ କାମନା କଲେ ବିଧାୟକ
ନୟାଗଡ ---- ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଦଶପଲ୍ଲାର ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ଦାଶ ଙ୍କ ପିତାଙ୍କ ଶରୀର ଅସୁସ୍ଥତା କାରଣରୁ ତାଙ୍କୁ ଭୁବନେଶ୍ୱରର ସମ ହସ୍ପିଟାଲରେ ଚିକିତ୍ସିତ କରାଯାଉଛି।ଏହି ଖବର ପାଇ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲାର ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ହସ୍ପିଟାଲ କୁ ଯାଇ ତାଙ୍କର ଚିକିତ୍ସା ସମ୍ପର୍କରେ ବୁଝିବା ସହ ଆସୁ ଆରୋଗ୍ୟ କାମନା କରିଛନ୍ତି।ସେହିପରି ନୂଆଗାଁ ବ୍ଲକ ଅନ୍ତର୍ଗତ ପାରାଢ଼ିପି ଗ୍ରାମ ପଞ୍ଚାୟତର ବିଜେଡି ସଭାପତି ଦୁର୍ଯ୍ୟୋଧନ ରାଉତ ସଡକ ଦୁର୍ଘଟଣାରେ ଆହାତ ହୋଇ ଭୁବନେଶ୍ୱରର କିମିଶ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବିଧାୟକ ଶ୍ରୀ ବେହେରା ହସ୍ପିଟାଲକୁ ଯାଇ ତାଙ୍କୁ ଭେଟିବା ସହ ତାଙ୍କର ଆସୁ ଆରୋଗ୍ୟ କାମନାକରି ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଡାକ୍ତର ଓ ତାଙ୍କ ପରିବାରଙ୍କ ସହ ଆଲୋଚନା କରିଛନ୍ତି ।
ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୩୦/୬/୨୦୨୩----୧୦,୨୫ Sakhigopal News,30/6/2023