ହାଇଓ୍ବା କୁ ପିଟିଲା ବାଇକ୍ , ଜଣେ ମୃତ ୨ ଗୁରୁତର
ଭଞ୍ଜନଗର- ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଜାମଗରଡା ଗ୍ରାମ ନିକଟରେ ହାଇଓ୍ବାକୁ ପିଟିଲା ବାଇକ୍ । ଘଟଣାସ୍ଥଳରେ ବାଇକ୍ ଚାଳକ-ବିକ୍ରମ ଗୈାଡ (୪୦) ଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇପଡିଛନ୍ତି । ସେମାନେ ହେଲେ ରବିନ୍ଦ୍ର ପ୍ରଧାନ( ୩୨) ଏବଂ ତାଙ୍କ ସ୍ତ୍ରୀ ରଶ୍ମିତା ପ୍ରଧାନ । ଏମାନଙ୍କ ଘର ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଚିକିଲି ରେ । ଚିକିଲି ଗ୍ରାମରୁ ଏକ ବାଇକ୍ ରେ ତନରଡା ଗ୍ରାମରେ ରହୁଥିବା ସଂପର୍କୀୟ ଙ୍କ ଘରକୁ ଏକ ଶୁଭ କାର୍ଯ୍ୟରେ ଯୋଗଦେଇ ନିଜ ଗ୍ରାମ ଚିକିଲିକୁ ରାତ୍ର ୧୧ଟାସମୟରେ ଫେରୁଥିଲେ । ସେହି ସମୟରେ ଜାମଗରଡା ଗ୍ରାମ ନିକଟ ରାସ୍ତା ପାଶ୍ୱର୍ରେ ଠିଆ ହେଇଥିଲା ଏକ ହାଇଓ୍ବା ଗାଡି। ବାଇକ୍ ଟି ଉକ୍ତ ହାଇୱ ଧକ୍କା ଦେଇଥିଲା । ଫଳରେ ବାଇକ ରେ ବସିଥିବା ଚାଳକଙ୍କ ସହ ୨ ସହଯୋଗୀ ଗୁରୁତର ଆହତ ହୋଇଥିଲେ । ଫଳରେ ଘଟଣା ସ୍ଥଳରେ ବିକ୍ରମର ମୃତ୍ୟୁ ହେଇଥିବା ବେଳେ ରବିନ୍ଦ୍ର ଓ ତାଙ୍କ ସ୍ତ୍ରୀ ରଶ୍ମିତା ଗୁରୁତର ହେଇପଡିଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଉଧାରକରି ଭଞ୍ଜନଗର ପରେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।ଜଗନ୍ନାଥପ୍ରସାଦ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି , ଉଭୟ ଗାଡିକୁ ଜବତ କରିବା ସହ ବିକ୍ରମ ର ଶବକୁ ଜବତ କରି ତଦନ୍ତକରି ବ୍ୟବଛେଦ ପାଇଁ ପଠାଇଥିଲେ । ଏହି ଘଟଣାକୁ ନେଇ ଜଗନ୍ନାଥପ୍ରସାଦ ଥାନାରେ ଏକ ମାମଲା ରୁଜୁ ହେଇଥିବା ଥାନା ସୁତ୍ରରୁ ଜଣାପଡିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୮/୬/୨୦୨୩---୮,୧୦ Sakhigopal News,28/6/2023