ପଞ୍ଚାୟତ ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; ହରିଶଙ୍କରପୁର ପଞ୍ଚାୟତ ଚାମ୍ପିୟାନ
ସାକ୍ଷୀଗୋପାଳ---- କାଦୁଆ ଓ ବୀର ରାମଚନ୍ଦ୍ରପୁର ପଞ୍ଚାୟତ କ୍ରିକେଟ ଖେଳାଳିମାନଙ୍କୁ ନେଇ ସ୍ଥାନୀୟ ମୁନିଦା ପଡ଼ିଆରେ ପଞ୍ଚାୟତ ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ବରାଳ ,ମୁନିଦା ,ଭଟପୁର, ଚଣାଗୋରଡା,ତଳପାଟଣା ,ହରିଶଙ୍କରପୁର , ଗ୍ରାମର କ୍ରିକେଟ ଟିମ୍ ଭାଗ ନେଇଥିଲେ । ଫାଇନାଲ୍ ମ୍ୟାଚ ମୁନିଦା ଓ ହରିଶଙ୍କରପୁର ମଧ୍ୟରେ ଅନୁଷ୍ଠିତ ହେଇଥିଲା । ମୁନିଦା ୮ ଓଭର ରେ ୧୦ ୱେକେଟ ହରାଇ ୩୭ ରନ୍ ସଂଗ୍ରହ କରିଥିଲା। ହରିଶଙ୍କରପୁର ୬.୫ ବଲ ରେ ୬ ୱେକେଟ ବିଜୟ ହାସଲ କରିଥିଲା । ମୁନିଦା କ୍ରିକେଟ କ୍ଳବ ତରଫରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସତ୍ୟବାଦୀ ବ୍ଲକ ଅଧକ୍ଷ ଶ୍ରୀ ସୁନୀଲ କୁମାର ପଣ୍ଡା ସମ୍ମାନିତ ଅତିଥି ରୂପେ ଓ କାଦୁଆ ସରପଞ୍ଚ ଶ୍ରୀମତୀ ଗାୟତ୍ରୀ ମହାପାତ୍ର ପ୍ରମୁଖ ଯୋଗଦେଇ ଚାମ୍ପିୟାନ ହରିଶଙ୍କରପୁର ଦଳକୁ ଓ ରନର୍ସଅପ୍ ମୁନିଦା ଦଳ କୁ ପୁରସ୍କାର ପ୍ରଦାନ କରିଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩/୬/୨୦୨୩----୮,୪୫ Sakhigopal News,3/6/2023