Breaking News

ଅଙ୍ଗନବାଡ଼ି କେନ୍ଦ୍ରର ଗ୍ରୀଷ୍ମ ଛୁଟି ପାଇଁ ପଦେକ୍ଷପ ନିଅ ରାଜ୍ୟ ସରକାରଙ୍କୁ, ହାଇକୋର୍ଟଙ୍କ ନିର୍ଦେଶ

କଟକ -----  ସମଗ୍ର ରାଜ୍ୟରେ ଗ୍ରୀଷ୍ମପ୍ରବାହ ସମୟରେ ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକ ଖୋଲା ରହିଛି। ଫଳରେ ଛୋଟ ଛୋଟ ପିଲା ଖରାରେ ଯାତାୟାତ କରିବା କଷ୍ଟକର ହୋଇପଡୁଛି। ଗ୍ରୀଷ୍ମ ପ୍ରବାହ ସମୟରେ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ କରା ଯିବା ନେଇ ଆଗତ  ଜନ ସ୍ୱାର୍ଥ ମାମଲାର ଶୁଣାଣି ଉଚ୍ଚ ନ୍ୟାୟାଳୟ ରେ ହୋଇଛି।ଦୁଇ ସପ୍ତାହ ମଧ୍ୟରେ ରାଜ୍ୟ ସରକାର ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।ବିଚାରପତି ଭି,ନରସିଂହ ଏହି ମାମଲାର ଶୁଣାଣୀ କରି ମୁଖ୍ୟ ଶାସନ ସଚିବଙ୍କୁ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦେବା ସହ ମାମଲାର ଅନ୍ତ ଘଟାଇ ଛନ୍ତି। ନୟାଗଡ ଜିଲ୍ଲା ଭାରତୀୟ ବିକାଶ ପରିଷଦ ପକ୍ଷରୁ ଗ୍ରୀଷ୍ମ ପ୍ରବାହ ସମୟରେ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖା ଯିବା ନେଇ ଉଚ୍ଚନ୍ୟାଳୟ ରେ ମାମଲା ଦାୟର ହୋଇଥିଲା।ଆବେଦନ କାରୀଙ୍କ ପକ୍ଷରୁ ଦର୍ଶା ଯାଇଥିଲା ଯେ ଗ୍ରୀଷ୍ମ ରପ୍ରବଳ ଉତାପରେ ଜନ ଜୀବନଅସ୍ତ ବ୍ୟସ୍ତ ହେଉ ଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକ ପୂର୍ବ ଭଳି ଖୋଲା ରହିଛି। ବିଦ୍ୟାଳୟ ଓ ମହା ବିଦ୍ୟାଳୟ ଭଳି ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକୁ ଛୁଟି ଘୋଷଣା କରାଯିବା ନିମନ୍ତେ ନିର୍ଦେଶ ଦେବାକୁ ଅଦାଲତ ଙ୍କ ନିକଟରେ ପାର୍ଥନା କରାଯାଇ ଥିଲା। ଭାରତ ବିକାଶ ପରିଷଦ ନୟାଗଡ଼ ଜିଲ୍ଲା ସମ୍ପାଦକ ନିରଞ୍ଜନ ଦାସଙ୍କ ପକ୍ଷରୁ ଜନସ୍ୱାର୍ଥ ମାମଲା ରୁଜ୍ଜୁ କରାଯାଇଥିଲା।ଆବେଦନ କାରୀଙ୍କ ପକ୍ଷରୁ ଆଇନିଜୀବୀ ଗୋପାଳ ପ୍ରସାଦ ଜେନା ମାମଲା ପରିଚାଳନା କରୁଥିଲେ। କଟକରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୩/୬/୨୦୨୩---୮,୪୫ Sakhigopal News,3/6/2023

Blog Archive

Popular Posts