Breaking News

ଶ୍ମଶାନ ଅଛି ମାତ୍ର ସେଠାକୁ ଯିବାକୁ ରାସ୍ତା ନାହିଁ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି


ବରଗଡ଼ --- ବରଗଡ ଜିଲ୍ଲା ଭେଡେନ ବ୍ଲକ ଅରଞ୍ଜୁଡା ପଞ୍ଚାୟତର ତେଲିଟିକରା ଗ୍ରାମ ଶ୍ମଶାନ ଘାଟ ଯିବାକୁ ରାସ୍ତା ଓ ଏକ ଆଶ୍ରୟସ୍ଥଳୀ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି ।ଶବ ପୋଡିବା ସମୟରେ ବର୍ଷା ଖରା ଓ ଶୀତ ରୁ ରକ୍ଷା ପାଇବାପାଇଁ ଅତ୍ୟନ୍ତ ଜରୁରୀ ହୋଇପଡିଛି । ଏହା ନଥିବାରୁ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଗ୍ରାମବାସୀ ମାନେ କହନ୍ତି । ବହୁ ଦିନରୁ ତେଲିଟିକରା ଗ୍ରାମବାସୀ ଙ୍କ ଦାବି କରି ଆସୁଥିଲେ ମଧ୍ୟ ଏ ଦିଗ ପ୍ରତି ନଜର ପଡୁନାହିଁ। ଭେଡେନ ବିଡିଓ ଉଚିତ ପଦକ୍ଷେପ ନେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩/୬/୨୦୨୩---୮,୨୫ Sakhigopal News,3/6/2023

Blog Archive

Popular Posts