Breaking News

ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଲୋକମାନଙ୍କ ପାଇଁ ଶୋକ ପାଳନ



ଜଟଣୀ -ବାଲେଶ୍ବର ବହାନଗାରେ ଦୁଃଖଦ ମର୍ମନ୍ତୁଦ ଭୟଙ୍କର ଓ ହୃଦୟ ଥରା କରମଣ୍ଡଳ ଓ ଜଶ୍ଵବନ୍ତପୁର-ହାୱଡା ରେଳ ଦୁର୍ଘଟଣାରେ ଶିକାର ହୋଇଥିବା ପ୍ରାୟ ୨୮୮ ଯାତ୍ରୀଙ୍କର ଦେହାନ୍ତ ସହିତ ପାଖାପାଖି ୧୦୦୦ ରୁ ଉର୍ଦ୍ଧ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ରେ ସ୍ୱର୍ଗବାସ କରିଥିବା ଯାତ୍ରୀମାନଙ୍କ ନିମନ୍ତେ ଜଟଣୀର "ସେବା" ଅନୁଷ୍ଠାନ ଓ ସାକ୍ଷୀଗୋପାଳ ନିୟୁଜ ପରିବାର ପକ୍ଷରୁ ଶୋକପାଳନ କରାଯାଇଥିଲା । ଏହି ଅବସରରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ନୀରବ ପାର୍ଥନା ସହ ଦିବଙ୍ଗତ ଆତ୍ମାଙ୍କର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏଥିସହ ଆହତ ମାନଙ୍କର ଅଶୁଆରୋଗ୍ୟ କାମନା କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ବାସିନ୍ଦାଙ୍କ ସେବା ସହଯୋଗ ଏବଂ ରକ୍ତଦାନ ପାଇଁ ଭୁୟସି ପ୍ରଶଂସା କରାଯାଇଥିଲା । ଏଥି ସହିତ ସ୍ୱେଚ୍ଛାସେବୀ ସଂଗଠନ ମାନଙ୍କ ସେବା ଏବଂ ସରକାରଙ୍କ ତତ୍କାଳୀନ ସେବା କାର୍ଯ୍ୟାନୁଷ୍ଠାନ ନିମନ୍ତେ ମଧ୍ୟ ଧନ୍ୟବାଦ ଦିଆଯାଥିଲା । ଏହି ଶୋକପାଳରେ ଅନୁଷ୍ଠାନର ଅଧ୍ୟକ୍ଷ ଇଂ ରାଜେନ୍ଦ୍ର ପ୍ରସାଦ ନାୟକ, ପ୍ରତିଷ୍ଠାନର ପ୍ରତିଷ୍ଠାତା ଶ୍ରୀ ବିପିନ ବିହାରୀ ମହାନ୍ତି, ସମ୍ପାଦକ ଶ୍ରୀ ପ୍ରହ୍ଲାଦ ସ୍ବାଇଁ, କୋଷାଧ୍ୟକ୍ଷ ଶ୍ରୀ ପ୍ରଭାତ କୁମାର ସାହୁ, ସଭ୍ୟ ଶ୍ରୀ ଆଦି ନାରାୟଣ ଖଣ୍ଡୁଆଳ, ସଭ୍ୟା ରଶ୍ମିତା ନାୟକ, ସରୋଜିନୀ ଜେନା, ନିଳିମା ମହାନ୍ତି, ରୀତା ପୃଷ୍ଟି, , ଚିନ୍ମୟୀ ମହାନ୍ତି, ସୁମିତା ମୟୀ ସାହୁ, ପଦ୍ମାୟ ପାଣିଗ୍ରାହୀ, ଇଂ ପ୍ରିୟଦର୍ଶୀ ସାତ୍ୱନା ମହାନ୍ତି, ଏବଂ ପ୍ରଶ୍ନ କୁମାର ରଥ ଙ୍କ ସହିତ ଅନ୍ୟମାନେ ଯୋଗଦେଇ ଦୁଃଖ ଓ ଆହତ ମାନଙ୍କ ପ୍ରତି ସମବେଦନା ଜଣାଇଥିଲେ । ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩/୬/୨୦୨୩----୮,୫୫ Sakhigopal News,3/6/2023

Blog Archive

Popular Posts