Breaking News

ସାକ୍ଷୀଗୋପିନାଥ ଦେବଙ୍କ ଭିତର ଚନ୍ଦନ ଆରମ୍ଭ



ସାକ୍ଷୀଗୋପାଳ----- ସାକ୍ଷୀଗୋପିନାଥ ଦେବଙ୍କ  ଅକ୍ଷୟତୁତୀୟା ଠାରୁ ୨୧ ଦିନ ଧରି ବାହାର ଚନ୍ଦନ ଯାତ୍ରା ଶେଷ ହୋଇଯାଇଛି । ଏବେ ଭିତର ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି । ପ୍ରତିଦିନ ଠାକୁରଙ୍କ ନୀତିକାନ୍ତି କରାଯିବା ସହ ଭଅଣ୍ଡଧୂପ ପରେ ଠାକୁର ଚନ୍ଦନବେଡା କରାଯିବା ପରେ ପଣା ଭୋଗ ହେବାପରେ ଦ୍ୱିପହର ଧୂପ କରାଯାଇଥାଏ । ଦେବସ୍ନାନ ପୂର୍ଣ୍ଣମୀ ପର୍ଯ୍ୟନ୍ତ ତଥା ୨୧ ଦିନ ଧରି  ଭିତର ଚନ୍ଦନଯାତ୍ରା ଅନୁଷ୍ଠିତ ହେବ । ଏହି ୨୧ ଦିନ ମଧ୍ୟରେ  ଜଳକ୍ରୀଡା ଏକାଦଶୀ, ସାବିତ୍ରୀ ବ୍ରତ, ଶୀତଳଷଷ୍ଠୀ ଓ ଚମ୍ପକଦ୍ୱାଦଶୀ ପର୍ବ ପାଳନ କରାଯାଇଥାଏ  ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି । ଆଜି ପ୍ରଥମ ଭିତର ଚନ୍ଦନଯାତ୍ରା ଦେଖିବା ପାଇଁ ମନ୍ଦିରରେ ଭକ୍ତଙ୍କ ଗହଳି ଲାଗିଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୫/୨୦୨୩----୭,୨୫   Sakhigopal News, 14/5/2023

Blog Archive

Popular Posts