ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ , ରେଳବାଇ ପରିସର ଗଛଲତାରେ ପରିପୂର୍ଣ୍ଣ ; ବର୍ଷା ହେଲେ ନର୍ଦ୍ଦମା ପାଣି ଘରେ ପଶେ
ଜଟଣୀ --ପୂର୍ବତଟ ରେଲୱେ ଖୋର୍ଦ୍ଧାରୋଡ଼ ମୁଖ୍ୟ ସ୍ୱାସ୍ଥ୍ୟ ନିରୀକ୍ଷକ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଦୁର୍ଦିନ ଅବସ୍ଥାରେ ପଡ଼ିରହିଛି l ମୁଖ୍ୟ ଦ୍ୱାରରେ ନାହିଁ ନାମ ଫଳକ l କାର୍ଯ୍ୟାଳୟର ପଛପଟେ ପଡ଼ିରହିଛି ପୁରାତନ ଭଙ୍ଗା ଦଦରା ନାମ ଫଳକ l ପରିମଳ ବ୍ୟବସ୍ଥା କହିଲେ ନ ସରେ l ଖୋର୍ଦ୍ଧାରୋଡ ଡିଭିଜନରେ ଲୋକକଲୋନୀ, ଟ୍ରାଫିକ କଲୋନୀ, ଆକାଉଣ୍ଟସ କଲୋନୀ ଏବଂ ରେତଙ୍ଗ କଲୋନୀ ଚାରୋଟି କଲୋନୀରେ ଥିବା ବିଭିନ୍ନ ବିଭାଗର ରେଳ କର୍ମଚାରୀ ମାନେ କ୍ଵାଟରରେ ରୁହନ୍ତି l ଏହି ଚାରୋଟି କଲୋନୀର ପରିମଳ ବ୍ୟବସ୍ଥା କହିଲେ ନ ସରେ l କ୍ଵାଟରର ଚାରିପାଖ ବର୍ତ୍ତମାନ ଅନାବନା ଗଛଲତାରେ ପରିପୂର୍ଣ୍ଣ l ଘରଗୁଡିକର ବ୍ୟବହାର ପାଣି ନିଷ୍କାସନ ପାଇଁ ନିର୍ମାଣ ନାଳ ବର୍ତ୍ତମାନ ଭାଙ୍ଗିରୁଜି ଦୁର୍ଦିନ ଅବସ୍ଥାରେ ପଡ଼ିରହିଛି l ସାମାନ୍ୟ ବର୍ଷା ହେଲେ ନାଳରେ ପ୍ରବାହିତ ନର୍ଦମାଜଳ ନିଷ୍କାସନ ଠିକ ନ ହେବା ଫଳରେ ପଚାପାଣି ଘର ମଧ୍ୟରେ ପ୍ରବେଶ କରେ l ନାଳ ଗୁଡ଼ିକ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି l ଏ ସମ୍ପର୍କରେ ଅଭିଯୋଗ କଲେ ଲୋକ କମ ଅଛନ୍ତି ଆମେ କଣ କରିବୁ l ମୁଖ୍ୟ ସ୍ୱାସ୍ଥ୍ୟ ନିରୀକ୍ଷକ କାର୍ଯ୍ୟାଳୟ ଯାଇ ବୁଝିଲେ କୁହନ୍ତି ଘରେ ବ୍ୟବହୃତ ପାଣି ନିଷ୍କାସନ ପାଇଁ ନିର୍ମାଣ ନାଳ ଠାରୁ ୨ଫୁଟ ପର୍ଯ୍ୟନ୍ତ ଗଛଲତା କାଟି ସଫା କରିବା ଦାଇତ୍ୱ ଆମର l ଆଉ ଯାହା ରହିଲା ସେଇ କାମ ରେଲୱେ ଇଞ୍ଜିନିୟର ବିଭାଗର l ଇଞ୍ଜିନିୟର ବିଭାଗ କୁହେ ଏହା ସ୍ୱାସ୍ଥ୍ୟ ବିଭାଗର l ତା ହେଲେ ସେଠାରେ ରହୁଥିବା ରେଳ କର୍ମଚାରୀ ଅଭିଯୋଗ କରିବେ କାହାକୁ ଶୁଣିବ କିଏ ?। ଘର ଚାରିପଟେ ପାଣି ଜମିରହି ମାଛି, ମଶା ଉପଦ୍ରଵ କରନ୍ତି l ଏହି ବାବଦରେ ରେଳବିଭାଗର ଉଚ୍ଚପଦସ୍ଥ ବାବୁ ମାନଙ୍କ ଜାଣତରେ ଥିଲେ ମଧ୍ୟ ନ ଜାଣିଲା ଭଳି ଚୁପ ରୁହନ୍ତି l ତଳତଳିଆ କର୍ମଚାରୀଙ୍କୁ ପଚାରେ କିଏ l ଲୋକଙ୍କ ମତରେ ରେଳ ବିଭାଗର ଉଚ୍ଚ ପଦସ୍ଥ କର୍ମଚାରୀ ମାନେ ବିଭିନ୍ନ ନୂତନ ପ୍ରକଳ୍ପ ଆରମ୍ଭ କରି ଠିକା ଦାରମାନଙ୍କ ମଧୁଚନ୍ଦ୍ରିକାରେ କୋଟି କୋଟି ଟଙ୍କା କମାଇବା ତାଙ୍କ କାମ l ଚତୁର୍ଥ କର୍ମଚାରୀଙ୍କ ଅବସ୍ଥା ପଚାରେ କିଏ ?।
ସ୍ଥାନୀୟ ବୁଦ୍ଧିଜୀବଙ୍କ ମତରେ ରେଳବିଭାଗର ମଣ୍ଡଳ ପ୍ରବନ୍ଧକ ଏବଂ ଉପ ପ୍ରବନ୍ଧକ ସହ ଅନ୍ୟ ଉଚ ପଦସ୍ଥ ବାବୁ ମାନେ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି। କାର୍ଯ୍ୟରତ ଅସାଧୁ କର୍ମଚାରୀମାନଙ୍କ ପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଖାଲି ପଡ଼ିଥିବା ସଫେଇ କର୍ମଚାରୀଙ୍କ ପଦବୀ ନିଯୁକ୍ତି ମାଧ୍ୟମରେ ଏହାର ତୁରନ୍ତ ସମାଧାନ କରିବା ପାଇଁ ଦାବି ହୋଇଛି।
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୮/୫/୨୦୨୩----୮,୪୫ Sakhigopal News,8/5/2023
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୮/୫/୨୦୨୩----୮,୪୫ Sakhigopal News,8/5/2023