Breaking News

ଟ୍ରେନରୁ ଶିଶୁ ପୁତ୍ର ଉଦ୍ଧାର





ଜଟଣୀ --ଖୋର୍ଦ୍ଧାରୋଡ଼ ରେଳ ଷ୍ଟେସନର ୧ ନଂ ପ୍ଲାଟଫର୍ମରେ ଛିଡା ହୋଇଥିବା ପ୍ରଶାନ୍ତି ଏଜ୍ସପ୍ରେସ ରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରାଯାଇଛି l ସୂଚନା ମୁତାବକ ଆଜି ସକାଳ 6ଟା 40 ମିନିଟ ସମୟରେ ଟ୍ରେନ ନଂ 22832 ସିରିଡ଼ି ସତ୍ୟସାଇ ହାଉଡ଼ା ଇଜ୍ସପ୍ରେସ ୧ ନଂ ପ୍ଲାଟଫର୍ମ ରେ ଆସି ଅଟକି ଥିଲା l ଏହି ସମୟରେ ଯାତ୍ରୀ ମାନେ ଓଲ୍ଲାଇବା ସମୟରେ ଟ୍ରେନର ଶୌଚାଳୟ ନିକଟରେ ଏକ ନବଜାତ ଶିଶୁକୁ ଦେଖି ସଙ୍ଗେ ସଙ୍ଗେ ସ୍ଥାନୀୟ ରେଲୱେ ସୁରକ୍ଷା ବାହିନୀ କାର୍ଯ୍ୟାଳୟରେ ସୂଚନା ଦେଇଥିଲେ l ସୂଚନା ପାଇଁ ରେଳ ସୁରକ୍ଷା ବାହିନୀର ଉପ ନିରୀକ୍ଷକ ସି. ହେଚ. ମହେଶ ଏବଂ ଏଏସଆଇ ସି. ହେଚ. ବୋରାଙ୍କ ସହ ଏକ ଟିମ ଟ୍ରେନ ନିକଟକୁ ଯାଇ ନବଜାତ ଶିଶୁ ପୁତ୍ରଟିକୁ ଉଦ୍ଧାର କରି ପ୍ରଥମେ ରେଲୱେ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଜଟଣୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇ ସେଠାରେ ଶିଶୁପୁତ୍ରକୁ ସମସ୍ତ ପ୍ରକାର ଟୀକା କରଣ କରାଇଥିଲେ। ଶିଶୁ ସୁରକ୍ଷା ସଂସ୍ଥା "ପିପୁଲ ଫୋରମ' ଏକ ସଂସ୍ଥାକୁ ହସ୍ତାନ୍ତର କରିଥିଲେ l ଏହାପରେ ରେଳ ସୁରକ୍ଷା ବାହିନୀ ତରଫରୁ ଏହାର ବିସ୍ତିର୍ଣ୍ଣ ବିବରଣୀ ଜାଣିବାପାଇଁ ଏକ ମାମଲା ୠଜୁକରି ତଦନ୍ତ ଚଳାଇଅଛି l ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ବୁଦ୍ଧିଜୀବୀଙ୍କ ମତ ପ୍ରକାଶ ପାଇଛି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୬/୫/୨୦୨୩-----୮,୪୫ Sakhigopal News,6/5/2023

Blog Archive

Popular Posts