Breaking News

ଏଲ.ଏଣ୍ଡ. କେ. ଠିକା ସଂସ୍ଥା ବିରୋଧରେ ଅର୍ଥ ହେରଫେର ଅଭିଯୋଗ ଆଣିଲେ ସଫେଇ କର୍ମଚାରୀ

 


ଜଟଣୀ----ଜଟଣୀ ପୌରପରିଷଦ ଅଞ୍ଚଳରେ ଏଲ.ଏଣ୍ଡ. କେ. ଠିକା ସଂସ୍ଥା ଗତ ୨୦୨୦ ମସିହାଠାରୁ ୨୦୨୩ ମସିହା,ଅଦ୍ୟାବଧି 4 ବର୍ଷ ହେବ ପୌରପାଳିକା ଅଧୀନରେ ସଫେଇ କାର୍ଯ୍ୟ କରିଆସୁଅଛି l ଠିକା ସଂସ୍ଥା ଅଧୀନରେ ୨୩୨ ଜଣ ସଫେଇ କର୍ମଚାରୀ କାମ କରି ଆସୁଛନ୍ତି l ସରକାରଙ୍କ ନିୟମ ଅନୁଯାଇ ଠିକା ସଂସ୍ଥା ମାସିକ ୩୦ ଦିନ ମଧ୍ୟରୁ 4 ଦିନ ଛୁଟି(ରବିବାର) ଛାଡି 26 ଦିନର ଦରମା ପୈଠ କରାଯାଏ l ଏବଂ ସେଥିରୁ ଏପିଏଫ ବାବଦକୁ ୧୨ ପରସେଣ୍ଟ ଏବଂ ଇଏସଆଇ ବାବଦକୁ 4 ପରସେଣ୍ଟ ଠିକା ସଂସ୍ଥା ପୈଠ କରିବାକଥା l କିନ୍ତୁ ସଫେଇ କର୍ମଚାରୀ ମାନଙ୍କୁ ମାସିକ ୩୦ ଦିନ କାମ କରାଇ 26 ଦିନର ଦରମା ଦିଏ l ଓଡିଶା ସରକାରଙ୍କ ଧାର୍ଯ୍ୟ ଅନୁଯାଇ ଦୈନିକ 326 ଟଙ୍କା ହିସାବରେ ମାସିକ 9780 ଟଙ୍କା ଦରମା ପାଇବାକଥା କିନ୍ତୁ ଠିକା ସଂସ୍ଥା ଦୈନିକ 290 ଟଙ୍କା ହିସାବରେ ମାସିକ 8700 ଟଙ୍କା ଦରମା ପାଇବାକୁ ଥିବା ବେଳେ କୌଣସି ମାସରେ କାର୍ଯ୍ୟରତ କର୍ମଚାରୀଙ୍କ ସଠିକ ଦରମା ପାଇନଥାନ୍ତି l କେଉଁ ମାସରେ 8400, 8000,7500 ଏଭଳି ମନଇଛା ଦରମା ଦିଅନ୍ତି l କର୍ମଚାରୀ ମାନେ ପାଠ ନ ପଡ଼ିଥିବାରୁ ସେମାନେ କିଛି ଜାଣିପାରନ୍ତି ନାହିଁ କି ଏମାନେ କୌଣସି କଥା ବୁଝନ୍ତି ନାହିଁ l ଏହାର ଫାଇଦା ଉଠାନ୍ତି ଠିକା ସଂସ୍ଥା ଏବଂ କାର୍ଯ୍ୟଭାର ଦେଇଥିବା ପୌରପାଳିକା l ଏଭଳି ଅଭିଯୋଗ ଆଣିଛନ୍ତି କାର୍ଯ୍ୟରୁ ଛଟେଇ ହୋଇଥିବା ମହିଳା କର୍ମଚାରୀ କଳ୍ପନା ନାଏକ l ତାଙ୍କ କହିବା ଅନୁଯାଇ ମୋର 18 ମାସ ହେବ ଇପିଏଫ ଠିକା ସଂସ୍ଥା ଦ୍ୱାରା ପୈଠ ହୋଇନାହିଁ l ଏହି ବାବଦରେ କମ୍ପୁଟରରେ ଚେକ କଲେ ମଧ୍ୟ ତାହା ଦେଖାଉ ନାହିଁ l ଏହାକୁ ଅଭିଯୋଗ କରିବାରୁ ମୋତେ ବିନା ନୋଟିସରେ ଛଟେଇ କରିଛନ୍ତି l କାର୍ଯ୍ୟକୁ ଯିବା ସମୟରେ ଆମକୁ କୌଣସି ପ୍ରକାରର ସାହାଯ୍ୟ ମିଳିନଥାଏ l କାମ କଲାବେଳେ ହାତରେ ଗ୍ଲୋବସ, ମୁହଁରେ ମାସ୍କ, ନାଳ ନର୍ଦମା କାମ ସମୟରେ ଗୋଡ଼ର ଜୋତା,  ହାତ ଧୋଇବା ସାବୁନ କୌଣସି ଜିନିଷ ମିଳିନଥାଏ l ନାଳ ନର୍ଦମାରେ ପକାଇବାପାଇଁ ବ୍ଲିଂଚିଂ, ଫିନାଇଲର ମଧ୍ୟ ସୁବିଧା ନ ଥାଏ l ସାଧାରଣ ଲୋକ ବେଳେ ବେଳେ ଆମ ଉପରେ ବିରକ୍ତ ହୁଅନ୍ତି l ଏ ବାବଦରେ ଆମେ ଉପରିସ୍ଥ ବାବୁଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳେନାହିଁ l ଆମେ ୮ଜଣ  ଛଟେଇ ଠିକା କର୍ମଚାରୀ ଏହାର ପ୍ରତିବାଦରେ ୧୧ ଦିନ ଖରା ବର୍ଷା ଖାଇ ଜାତିର ପିତାଙ୍କ ଫଟୋ ଚିତ୍ର ଧରି ପୌରପରିଷଦର ଫାଟକ ବାହାରେ ଧାରଣାରେ ବସିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଆମରି କଥାକୁ ଉପରିସ୍ଥ ସରକାରୀ ବାବୁ କିମ୍ୱା ଆମ ଦ୍ୱାରା ନିର୍ବାଚିତ ପୌର ଅଦକ୍ଷ ମହାଶୟ କର୍ଣ୍ଣପାତ କରୁନାହାନ୍ତି l ଏହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତରେ ଜିଲ୍ଲା ପାଳ, ଉପଜିଲ୍ଲାପାଳ, ସ୍ଥାନୀୟ ପୌର ନିର୍ବାହୀ ଅଧିକାରୀ ମହାଶୟ ଏବଂ ସରକାରଙ୍କ ୫ଟି ସଚିବ ହସ୍ତକ୍ଷେପ କରି ଏହାର ତୁରନ୍ତ ସମାଧାନର ବାଟ ବାହାର କରନ୍ତୁ l ନ ହେଲେ ଆଗକୁ ଯଦି ଭୋକିଲା ପେଟର କୋହ ଦ୍ୱାରା କିଛି ଅଘଟଣ ଘଟେ ତେବେ ଏହାର ଦାୟି କିଏ ହେବ   ? । ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୬/୫/୨୦୨୩---୮,୫୫ Sakhigopal News,6/5/2023

Blog Archive

Popular Posts