Breaking News

ଉଦ୍ୟାନ ସାଥୀଙ୍କ ବିରୁଧରେ ଗ୍ରାମସଭାରେ ଚାଷୀ ଆଣିଲେ ଅଭିଯୋଗ


 


ସାକ୍ଷୀଗୋପାଳ,----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତରେ ଉଦ୍ୟାନସାଥୀଙ୍କ ବିରୁଧରେ ଗ୍ରାମସଭାରେ ଆସିଛି ଦୁର୍ନୀତିର ଅଭିଯୋଗ । ସୁଚନାଯୋଗ୍ୟ ଯେ ଫନି ବାତ୍ୟାରେ ସତ୍ୟବାଦୀରେ ନଡିଆ ଚାଷ ଉଜୁଡି ଯାଇଥିଲା । ତାକୁ ସଜାଡିବା ପାଇଁ ରାଜ୍ୟ ସରକାର ଚାଷୀ ମାନଙ୍କୁ କିଛି ପରିମାଣର କ୍ଷତି ପୂରଣ ଦେଇଥିଲେ । ତା ସହିତ ନଡିଆ ଚାଷ କରିବା ପାଇଁ ରାଜ୍ୟ ସରକାର ନଡିଆ ଚାରା ସହିତ ଚାଷୀ ମାନଙ୍କୁ  ସାର, ବାଡ କରିବା ପାଇଁ ପାଲ, କୀଟନାଶକ ଓ କିଛି ଅର୍ଥ ସହାୟତା ଯୋଗାଇ ଦେଲେ ।ଏହି କାର୍ଯ୍ୟ ସଠିକ ଭାବେ କରିବା ପାଇଁ ପ୍ରତି ପଞ୍ଚାୟତରେ ଉଦ୍ୟାନସାଥୀ ନିଯୁକ୍ତି କରାଗଲା । ମାତ୍ର କେତେକ ଅସାଧୁ ଉଦ୍ୟାନସାଥୀ ଏହାର ଫାଇଦା ଉଠାଇ ନେଲେ । ଜାଲ କାଗଜପତ୍ର କରି ନିଜ ଲୋକଙ୍କ ନାମରେ ନଡିଆ ଚାଷ କରାଇନେଲେ । ପକୃତ ପକ୍ଷେ ସଠିକ ନଡିଆ ଚାଷୀ ମାନଙ୍କୁ ଏଥିରୁ ବାଦ ଦିଆଗଲା । ଏହାକୁ ନେଇ ବଳପୁର ଗ୍ରାମ ପଞ୍ଚାୟତର କିଛି ଚାଷୀ ମାନେ ଏକାଠି ହୋଇ ସୋସିଆଲ ଅଡିଟରେ ଏ ସମ୍ପର୍କରେ ଆଲେଚନା କରିବା ସହ ପଞ୍ଚାୟତରେ ହୋଇଥିବା ଦୁର୍ନୀତି ପଦାକୁ ଆଣିବା ପାଇଁ ହୋ ହଲ୍ଲା କରିଥିଲେ । ସେ ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ଉଦ୍ୟାନସାଥୀ ସମସ୍ତ ତଥ୍ୟ ୧୫ ଦିନ ମଧ୍ୟରେ ଦିଆଯିବ ବୋଲି କହିଥିଲେ । ମାତ୍ର ଆଠମାସ ବିତ୍ତିଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ପୁର୍ନବାର ସୋସିଆଲ ଅଡିଟି ଓ ଗ୍ରାମସଭାରେ ଚାଷୀ  ବିଶ୍ୱନାଥ ମୁଦୁଲି, ବୃନ୍ଦାବନ ଜେନା, ବେଣୁଧର ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ବେହେରା, ସନାତନ ବେହେରା, ବସନ୍ତ ମହାପାତ୍ର, କୃଷ୍ଣଚନ୍ଦ୍ର ବେହେରା ପ୍ରମୁଖ ଉଦ୍ୟାନସାଥୀଙ୍କ ବିରୁଧରେ ସ୍ଥାନୀୟ ସରପଞ୍ଚ ପ୍ରିୟଙ୍କା ପଣ୍ଡାଙ୍କ ନିକଟରେ ଅଭିଯୋଗ କରିଥିଲେ । ମାତ୍ର ଉଦ୍ୟାନସାଥୀ ଦୁଇଜଣ ଯାକ ଉକ୍ତ ବୈଠକରେ ଅନୁପସ୍ଥିତ ରହିଥିଲେ । ରାଜ୍ୟ ସରକାର ଯୋଗାଇ ଦେଇଥିବା ସାର ଓ ପୀଟନାଶକ ପଞ୍ଚାୟତରେ ନରଖି ସେ ଗୁଡିକ ନିଜ ଘରେ ରଖିଥବା ନେଇ ଚାଷୀ ମାନେ ଅଭିଯୋଗ କରିଥିଲେ । ଶେଷରେ ଗ୍ରାମସଭାରେ ଉପସ୍ଥିତ ଥିବା ନ୍ୟାୟବସରପଞ୍ଚ ଓ ୱାର୍ଡ ସଭ୍ୟସଭ୍ୟାଙ୍କ ସହିତ ଚାଷୀ ଓ ଗ୍ରାମବାସୀଙ୍କ ମତ ଅନୁଯାୟୀ ସେମାନଙ୍କ ବିରୁଧରେ ଦୃଢ଼ କାର୍ଯ୍ୟନୁଷ୍ଠାନଗ୍ରହଣ କରିବା ପାଇଁ ଗ୍ରାମସଭାରେ ରେଜୁଲେସନ କରାଯାଇଥିବା ଜଣାପଡିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୫/୨୦୨୩---୭,୧୦    Sakhigopal News, 3/5/2023

Blog Archive

Popular Posts