ସଫେଇ କର୍ମଚାରୀ ;ପୌର ଅଧକ୍ଷଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ
ଜଟଣୀ :ପୌର ଅଧକ୍ଷଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ସଫେଇ କର୍ମଚାରୀ । ଲକ୍ଷେ ଟଙ୍କା ଲାଞ୍ଚ ନେଲେ ଏବେ ଆମକୁ କାମରେ ରଖୁନାହାନ୍ତି ।ଏଭଳି ଅଭିଯୋଗ ଆଣିଛନ୍ତି ଜଟଣୀ ମୁନିସିପାଲିଟିରେ କାମ କରୁଥିବା ସଫେଇ କର୍ମଚାରୀ । ଖାଲି ଅଭିଯୋଗ କରିନାହାନ୍ତି ବରଂ 7 ଦିନ ହେଲାଣି 8 ଜଣ ସଫେଇ କର୍ମଚାରୀ ପୌର କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଛନ୍ତି । ସମସ୍ୟା ଶୁଣିବା ତ ଦୂରର କଥା ଏପର୍ଯ୍ୟନ୍ତ କେହି ଦେଖା କରିବାକୁ ଆସି ନାହାନ୍ତି । ନା ପୌର ଅଧକ୍ଷ ନା ପୌର ନିର୍ବାହୀ ଅଧିକାରୀ କେହି କିଛି ଶୁଣୁନାହାନ୍ତି । ଅଭିଯୋଗ ମୁତାବକ ଜଟଣୀ ପୌର ପରିଷଦ ଅଞ୍ଚଳରେ ସଫେଇ କାର୍ଯ୍ୟ କରିବା ପାଇଁ ଏଲ ଆଣ୍ଡ କେ ନାମକ ଏକ ସଂସ୍ଥା ଦାଇତ୍ୱ ନେଇଛି । ପ୍ରାୟ 240 ଜଣ ସଫେଇ କର୍ମଚାରୀ ମୁନିସିପାଲିଟି ଅଞ୍ଚଳରେ କାର୍ଯ୍ୟ କରୁଛନ୍ତି । କିନ୍ତୁ ଦେଢ଼ ବର୍ଷ ତଳେ ଏକ ଛୋଟିଆ ଘଟଣାରେ ପଡି ଏମାନଙ୍କୁ କାମରୁ ଛଟେଇ କରି ଦିଆଗଲା | ମଞ୍ଜୁ ଦେଇ, ମାନସୀ ନାୟକ, ସନ୍ୟାସୀ ନାୟକ ଏବଂ ଅନ୍ୟ ମାନଙ୍କୁ କାମକୁ ନ ଯିବାକୁ ବାରଣ କରାଗଲା | ପରେ ଏମାନେ ବହୁ କାକୁତି ମିନତୀ ହୋଇ ଭୁବନେଶ୍ୱର ଶ୍ରମ କାର୍ଯ୍ୟାଳୟର ଜଣେ ନାରୀ ନେତ୍ରୀ ଙ୍କ ସହ ଯୋଗାଯୋଗ କରିଥିଲେ |ସେହି ନାରୀ ନେତ୍ରୀଙ୍କ ମାର୍ଫତରେ ପୌର ଅଧକ୍ଷ ଙ୍କୁ ଏକ ଲକ୍ଷ ଟଙ୍କା ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି |ତେବେ ଟଙ୍କା ନେଇ ପୌର ଅଧକ୍ଷ ଧରା ଛୁଆଁ ନଦେବାରୁ 7 ଦିନ ହେଲାଣି ଧାରଣାରେ ବସିଛନ୍ତି | ଧର୍ମଘଟ କାରୀଙ୍କୁ ଏଥିରୁ ନିବୃତ ରହିବା ପାଇଁ ବିଭିନ୍ନ ପ୍ରକାର ଧମକ ମିଳୁଥିବା ପ୍ରକାଶ କରିଛନ୍ତି । ଅପର ପକ୍ଷେ ପୌର ଅଧକ୍ଷ ଙ୍କ ସହ ଘଟଣା କୁ ନେଇ ଯୋଗାଯୋଗ ହୋଇ ପାରିନାହିଁ | ଧାରଣାକାରୀଙ୍କ କହିବା ଅନୁଯାଇ ଯଦି ଆମକୁ କିଛି ନ୍ୟାୟ ନ ମିଳେ ତେବେ ଆଗାମୀ ଦିନରେ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ ଙ୍କୁ ଲିଖିତ ଆକାରରେ ଜଣାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ପଛାଇବୁ ନାହିଁ l କୌଣସି କ୍ଷେତ୍ରରେ ନ୍ୟାୟ ନ ମିଳିଲେ ଆମେ ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ପକ୍ଷ କରି ଆଇନର ଆଶ୍ରୟ ନେବୁ ବୋଲି ପ୍ରକାଶ କରିଛନ୍ତି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩/୫/୨୦୨୩----୭,୨୦ Sakhigopal News,3/5/2023