କାଦୁଆ ଛକରେ ସଡକ ଦୁର୍ଘଟଣା, ମଟର ସାଇକେଲ ଆରୋହୀଙ୍କର ମୃତ୍ୟୁ
ସାକ୍ଷୀଗୋପାଳ----- ପୁରୀ- ଭୁବନେଶ୍ୱର ୩୧୫ନଂ ଜାତୀୟ ରାଜପଥର କାଦୁଆ ଛକରେ ଏକ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କର ମୃତ୍ୟୁ ହୋଇଯାଇଛି । ସୁଚନାଯୋଗ୍ୟ ଯେ ସାକ୍ଷୀଗୋପାଳ ଗେଟ ବଜାର ସ୍ଥିତ କଳିଙ୍ଗ ବିହାର ସ୍ଥିତଅବସର ପ୍ରାପ୍ତ ଶିକ୍ଷକ ନବ କିଶୋର ପ୍ରଧାନ ଘର କରି ରହନ୍ତି । ଆଜି କାଦୁଆ ଛକ ସ୍ଥିତ ପେଟ୍ରୋଲ ପମ୍ପରେ ନିଜର ସାଇନି ମଟରସାଇକେଲ ନଂ-ଓଡି,୦୨,ଏଜେ-୦୩୬୧ରେ ତେଲ ପକାଇ କାଦୁଆ ଛକ ସ୍ଥିତ ବେସରକାରୀ ବା ମନୁଷ୍ୟକୃତ କଟିଙ୍ଗ ରାସ୍ତା ପାର ହେବା ସମୟରେ କଳା ରଙ୍ଗର ମାରୁତି ସୁଜିକି ଗାଡିନଂ ଓଡି, ୦୨,ଏଡ୍ୟୁ,୨୮୫୬ ଗାଡିଟି ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଯାହା ଫଳରେକି ନବ କିଶୋର ପ୍ରଧାନ ରାସ୍ତା ପାଶ୍ୱକୁ ଛିଟିକି ପଡି ଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ସାକ୍ଷୀଗୋପାଳ ମେଡିକାଲକୁ ଅଣାଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ପଠାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ଖବର ପାଇ ସାକ୍ଷୀଗୋପାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗସ୍ତ ଦୁଇଟି ଯାକ ଗାଡିକୁ ଜବତ କରି ତଦନ୍ତ କରୁଥବା ଜଣାପଡିଛି । ସ୍ୱର୍ଗତ ନବ ପ୍ରଧାନଙ୍କ ପରିବାର ପକ୍ଷରୁ ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ମାତ୍ର ଏହି ଖବର ପ୍ରଚାର ହେବା ପରେ ସାକ୍ଷୀଗୋପାଳ ବଜାର ଓ କଳିଙ୍ଗ ବିହାରରେ ଶୋକରଛାୟା ଖେଳିଯାଇଛି । ଅନ୍ୟ ପକ୍ଷେ ଏହି ଅସ୍ଥାୟୀ ରୋଡ କଟିଂରେ ପ୍ରତି ମାସରେ ଦୁଇରୁ ଅଧିକ ଦୁଘଁଟଣା ଘଟୁଛି । ଏହି କଟିଂକୁ ତୁରନ୍ତ ବନ୍ଦ କରିବା ପାଇଁ ଦାବି ହୋଇଆସିଥିଲେ ମଧ୍ୟ ସତ୍ୟବାଦୀ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନଥିବା ଜଣାପଡିଛି । ଏଥିପ୍ରତି ପୁରୀଜିଲ୍ଲାପାଳ ଓ ଏସପି ନଜର ଦେବାକୁ ଜଣସାଧାରଣରେ ଦାବି ହେଉଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୫/୨୦୨୩---୭,୨୦
Sakhigopal News,14/5/2023