ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଐତିହ୍ୟ ଗ୍ରାମ ତଥା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପିଠ ସୁଆଣ୍ଡୋକୁ ଶ୍ରୀ ଦିଲ୍ଲୀପ ରାଉତରାୟ, ନିର୍ଦ୍ଦେଶକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପରିଦର୍ଶନ କରିଥିଲେ l ପ୍ରଥମେ ଶ୍ରୀ ରାଉତରାୟ ପଟ୍ଟନାୟିକିଆ ସ୍ଥିତ ମିଶନ ଶକ୍ତି କାଫେ ଓ ଇନ୍ଫରମେସନ୍ ସେଣ୍ଟର ପରିଦର୍ଶନ କରିଥିଲେ l ପରେ ଐତିହ୍ୟ ସୁଆଣ୍ଡୋ ଗ୍ରାମରେ ଥିବା ଷଠିଘର ଓ ଗୋପବନ୍ଧୁ ସଂଗ୍ରହାଳୟ ଆଦି ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟ ର ତଦାରଖ କରିଥିଲେ l ଏହି ସମୟରେ ଲୋଚନ ଦାସ ବିଡିଓ ସତ୍ୟବାଦୀ, ହେମନ୍ତ ବେହେରା ଜିଲ୍ଲା ସଂସ୍କୃତି ଅଧିକାରୀ ପୁରୀ, ରାଜେଶ ପ୍ରିୟଦର୍ଶୀ ଅତିରିକ୍ତ ତହସିଲଦାର ସତ୍ୟବାଦୀ ଆଦି ଉପସ୍ଥିତ ଥିଲେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୩/୫/୨୦୨୩----୯,୪୫ Sakhigopal News,13/5/2023
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଐତିହ୍ୟ ସୁଆଣ୍ଡୋ ଗ୍ରାମ ପରିଦର୍ଶନ
Reviewed by
sakhigopal news
on
10:12
Rating:
5