Breaking News

ଆଖିଫୁଟା ଗ୍ରାମରେ ଟ୍ରିପଲ୍ ମର୍ଡର ଘଟଣାର ଭେଡେନ ପୋଲିସ କଲା ପର୍ଦାଫାସ, ୨ ଅଭିଯୁକ୍ତ ଗିରଫ


ବରଗଡ଼---- ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ଆଖିଫୁଟା ଗାଁ ରେ ହୋଇଥିବା ଟ୍ରିପଲ ମର୍ଡର ଘଟଣାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି ଭେଡେନ ପୋଲିସ । ହତ୍ୟାକାଣ୍ଡ ଭିଆଇଥିବା ମୃତ ଟଙ୍କଧରଙ୍କ ସମ୍ପର୍କୀୟ ଭଣଜା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଟୁନିଆମୁଣ୍ଡା ଗାଁ ର ବାସୁଦେବ ଓରଫ ଅନାମ ସାହୁ ଓ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲା ଵଲୋଦା ଗାଁର ଶ୍ରବଣ ରଣା ବୋଲି ଜଣା ପଡ଼ିଛି । ତେବେ  ହତ୍ୟାକାଣ୍ଡ ଭିଆଇଥିବା ମୁଖ୍ୟ ଅଭିଯୁକ୍ତ ବାସୁଦେବ ଓରଫ ଅନାମ ସାହୁ  ମୃତ ଟଙ୍କଧରଙ୍କ ସମ୍ପର୍କୀୟ ଭଣଜା ଏବଂ ତାକୁ ଟଙ୍କଧର ପୌଷ୍ୟପୁତ୍ର ସନ୍ତାନ ଭାବେ ଗ୍ରହଣ କରିବେ ବୋଲି ଘରେ ରଖିଥିଲେ । ମାତ୍ର ଅଭିଯୁକ୍ତ ବାସୁଦେବ ନିଶା କରିବା ସହ ବିଭିନ୍ନ ସମୟରେ ଘରୁ ଚୋରି କରୁଥିବା ଜାଣି  ତାକୁ ଘରୁ ତଡି ଦେଇଥିଲେ । ଏପରିକି ଅଭିଯୁକ୍ତ ତାଙ୍କର ଗୋଟିଏ ସ୍କୂଟି ଓ ୩୦ ହଜାର ଟଙ୍କା ନେଇ ଫେରାର ଥିବାବେଳେ ଛତିଶଗଡ଼ ପୋଲିସ ଦ୍ୱାରା ଧରା ପଡିଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହାର ପ୍ରତିଶୋଧ ନେବାକୁ ଯାଇ ଅଭିଯୁକ୍ତ ବାସୁଦେବ ଗତ ଏପ୍ରିଲ ୧୭ ତାରିଖରେ ତାମିଲନାଡୁରୁ ଟ୍ରେନରେ ବରଗଡ଼ ଆସି ରାତି ପ୍ରାୟ ୪ ଟା ସମୟରେ ଆଖିଫୁଟା ଗାଁକୁ ଆସିଥିଲା । ଘର ପଛପଟୁ ଭିତରକୁ ପ୍ରବେଶ କରିଥିଲା  । ପ୍ରଥମେ ଟଙ୍କଧରଙ୍କୁ ଶୋଇଥିବା ଅବସ୍ଥାରେ ଏକ କାଠ ପାଳିିଆରେ ଆକ୍ରମଣ କରିଥିିଲା। ପରେ ଏକ କୋଦାଳରେ ତାଙ୍କର ଦୁଇ ପତ୍ନୀଙ୍କୁ ଆକ୍ରମଣ କରିଥିଲା । ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ତିନିଜନଙ୍କର ମୃତ୍ୟୁ ହୋଇଥିବା ବେଳେ ବାକ୍ସ ଭାଙ୍ଗି ସୁନା  ନେଇ ଗ୍ରାମରୁ  ଫେରାର ହୋଇଥିଲା । ତେବେ ଗତକାଲି ପୋଲିସ ଛତିଶଗଡ଼ ରାଜ୍ୟ ରୁ ବାସୁଦେବ ଓରଫ ଅନାମ ସାହୁଙ୍କୁ ଗିରଫ କରିବା ପରେ  ଅଭିଯୁକ୍ତ ଠାରୁ ସୁନା କିଣିବା ଅଭିଯୋଗରେ ଶ୍ରବଣ ରଣାକୁ ମଧ୍ୟ ଗିରଫ କରି ଅଭିଯୁକ୍ତ ଠାରୁ ସୁନା ଉଦ୍ଧାର କରାଯାଇଛି ।
   ଗତ ଏପ୍ରିଲ ୧୮ ତାରିଖ ଦିନ ଆଖିଫୁଟା ଗାଁ ର ଟଙ୍କଧର ସାହୁ ଏବଂ ତାଙ୍କର ଦୁଇ ଜଣ ସ୍ତ୍ରୀ ଦ୍ରୋପଦୀ ସାହୁ ଓ ମାଧବୀ ସାହୁଙ୍କ ରକ୍ତାକ୍ତ ମୃତ ଦେହ ତାଙ୍କ ଘରେ ପଡିରହିଥିବା ଗ୍ରାମବାସୀ ଦେଖିଥିଲେ । ଏନେଇ ରୁଷୁଡା ଫାଣ୍ଡି ଓ ଭେଡେନ ଥାନାକୁ ଖବର ଦେବା ବେଳେ ଘଟଣା ସ୍ଥଳକୁ ପୋଲିସ ପହଞ୍ଚି ସାଇଟିଫିକ୍ଟ ଟିମ ଓ ସନ୍ଧାନୀ କୁକୁର ମାଧ୍ୟମରେ ତଦନ୍ତ ଆରମ୍ଭ କରିଥିଲେ। ମୃତ ତିନିଜଣଙ୍କ ମୁଣ୍ଡରେ ଗଭୀର ଆଘାତ ରହିଥିବା ବେଳେ ସନ୍ଧାନୀ କୁକୁର ଦ୍ୱାରା ଘର ପଛପଟ କେନାଲ ରୁ ଏକ କୋଦାଳକୁ ଉଦ୍ଧାର କରାଯାଇଥିଲା । ପରେ ତିନିଜଣଙ୍କ ମୃତ ଦେହକୁ ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ପୋଲିସ ତଦନ୍ତ ଜାରି ରଖିଥିଲା । ତେବେ 
ଆଜି ଅଧିକ ତଦନ୍ତ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବରଗଡ଼ ଏସପି ପ୍ରହଲ୍ଲାଦ ସାହାଇ ମିନା  ଏକ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି । ବରଗଡ଼ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୪/୫/୨୦୨୩----୪,୧୦ Sakhigopal News,4/5/2023

Blog Archive

Popular Posts