ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଛାତରୁ ଖସିଲା ଖଣ୍ଡ
ସାକ୍ଷୀଗୋପାଳ---- ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଛାତରୁ ପୁଣି ଖସିଲା ଖଣ୍ଡ। ଏହା ଆଗରୁ ଛାତରୁ ଖଣ୍ଡ ଖସିବା ଫଳରେ ବିଦ୍ୟାଳୟ ର ଜଣେ କର୍ମଚାରୀ ଆହତ ହେଇଥିଲେ । ଏବେ ବିଦ୍ୟାଳୟ ବନ୍ଦ ରହିଥିବା ବେଳେ ଆଜି ସଂଧ୍ୟାରେ ୫ଟି ରେ ଯାଇଥିବା ବିଜ୍ଞାନ ଘର ପିଣ୍ଡା ଛାତରୁ ଖସିଛି ଖଣ୍ଡ । ଯାହାକି ନେଇ ଏବେ ବିଦ୍ୟାଳୟର ଛାତ ଘର ଗୁଡ଼ିକ ଅସୁରକ୍ଷିତ ବୋଲି ଜଣାପଡିଛି । ବିଭିନ୍ନ ସ୍ଥାନରୁ ଛାତରୁ ଖସୁଛି ସିମେଣ୍ଟ ଖଣ୍ଡ । ତୁରନ୍ତ ବିଦ୍ୟାଳୟ ର ସମସ୍ତ ପୁରାତନ ଛାତ ଘରକୁ ଭାଙ୍ଗି ନୂତନ ଛାତ କରିବା ପାଇଁ ଦାବି ହୋଇଛି ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩/୫/୨୦୨୩-----୯,୩୦ Sakhigopal News,3/5/2023
ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଛାତରୁ ଖସିଲା ଖଣ୍ଡ
Reviewed by sakhigopal news
on
08:15
Rating: 5
