Breaking News

ସତ୍ୟବାଦୀ ପୋଲିସ ୭୭କେଜି ଗଞ୍ଜେଇ ସହିତ କାର ଓ ଦୁଇ ଜଣଙ୍କୁ ଗିରଫ କରିଛି

 





ସାକ୍ଷୀଗୋପାଳ------ସତ୍ୟବାଦୀ ପୋଲିସ କୈାଣସି ସୁତ୍ରରୁ ଖବର ପାଇ ୩୧୬ନଂ ଜାତୀୟ ରାଜପଥର ସତ୍ୟବାଦୀ ବ୍ଲକ ଛକ ନିକଟରେ ଏକ କାର ଅଟକାଇ ତନଖି କରିବା ସମୟରେ କାର ମଧ୍ୟରୁ ୭୭କେଜି ଗଞ୍ଜେଇ ଜବତ କରିଛନ୍ତି। ଏବଂ କାର ସହିତ ଦୁଇ ଜଣ ଗଞ୍ଜେଇ ବେପାରୀଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ସୁଚନା ଯୋଗ୍ୟ ଯେ ଚନ୍ଦନପୁର ଆଡୁ ଓଡି,୦୨-ବିଡି--୫୮୫୯ କାରଟିରେ ୭୭କେଜି ଗଞ୍ଜେଇ ନେଇକି ଭୁବନେଶ୍ୱର ଆଡ଼କୁ ଯାଉଥିଲା । ଏହି ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରାଙ୍କ ନେତୃତ୍ବରେ ଏକ ଟିମ ବ୍ଲକ ଛକ ନିକଟରେ ଉକ୍ତ କାରଟିକୁ ତନଖି କରିଥିଲେ। ଚଢ଼ାଉ ବେଳେ ଗଞ୍ଜେଇ ଥିବା ଜଣାପଡିଥିଲା। ସେହି ଗଞ୍ଜେଇ ର ମୂଲ୍ୟ ପ୍ରାୟ ସାଢେ଼ ସାତ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଗଞ୍ଜେଇ ଚାଲାଣ କରୁଥିବା ଯୁବକ ହେଲେ କନ୍ଧମାଳ ଜିଲ୍ଲାର ବାଲିଗୁଡା ଥାନା ଅନ୍ତର୍ଗତ ସୁନାପଙ୍ଗ ଗ୍ରାମ ର ଶମ୍ବୁ ଦିଗାଲ ଓ ନକୁଲ ଦେହୁରୀ। ପୁରୀ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ସତ୍ୟବାଦୀ ରେ ନିଶା ବେପାରୀଙ୍କ ଉପରେ ନଜର ରଖିବା ସହ ଚଢ଼ାଉ କରାଯିବ ବୋଲି ପିପିଲି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସୁଚଧୀରେନ୍ଦ୍ର ନାଁ  ଦେଇଛନ୍ତି। ଅନ୍ୟ ପକ୍ଷରେ ପ୍ରତିଦିନ ସତ୍ୟବାଦୀ ଥାନା ସମ୍ମୁଖରେ ଜାତୀୟ ରାଜପଥ ଦେଇ ଗଞ୍ଜେଇ, ହିରୋଇନ୍,ଦେଶି ଓ ବିଦେଶୀ ମଦ ଚାଲାଣ ହୋଇଥାଏ। ଏପରିକି ସତ୍ୟବାଦୀ ଥାନା ଅଞ୍ଚଳରେ ସକାଳ ଠାରୁ ରାତି ପର୍ଯ୍ୟନ୍ତ ବେଧଡକରେ ନିଶା କାରବାର ଚାଲିଥାଏ । କେବଳ ଏସପି ଙ୍କ ମନ ଖୁସି କରିବା ପାଇଁ ଏହି ନିଶା ବେପାରୀଙ୍କୁ ଧରାଯାଇଛି ବୋଲି ବୁଦ୍ଧିଜୀବୀମାନେ ଆଲୋଚନା କରୁଥିବା ଜଣାପଡିଛି। ପ୍ରକୃତପକ୍ଷେ ଏହି ଗାଡି ଟି କେଉଁ ପଟୁ ଆସୁଥିଲା ତାହା ତଦନ୍ତ କରାଗଲେ ବହୁ କଥା ପଦାକୁ ଆସିପାରିବ ବୋଲି ସତ୍ୟବାଦୀ ରେ ଆଲୋଚନା ହେଉଛି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୫/୨୦୨୩----୭,୧୦ Sakhigopal News,5/5(2023

Blog Archive

Popular Posts