ଆମ୍ବେଦକର ସେବକ ସଙ୍ଘ ତରଫରୁ ନୟାଗଡ଼ ଜିଲ୍ଲା ସ୍ତରୀୟ ବୁଦ୍ଧ ଜୟନ୍ତୀ ପାଳିତ
ନୟାଗଡ଼: ଖଣ୍ଡପଡା ବ୍ଳକ ସିଂଘାପଡ଼ା ଠାରେ ଆମ୍ବେଦକର ସେବକ ସଂଘ ତରଫରୁ ବୁଦ୍ଧଜୟନ୍ତୀ ପାଳିତ ହୋଇଯାଇଛି। ଆନନ୍ଦ ଚନ୍ଦ୍ର ନାଏକ ସାହିର ସଭାପତି ଙ୍କ ସହଯୋଗରେ ଗୌତମ ବୁଦ୍ଧ ଓ କ୍ରାନ୍ତିକାରୀ ଭୀମଭୋଇ ଙ୍କ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଅମୟ ଭୂଷଣ ସେଠି , ମୁଖ୍ୟ ବକ୍ତାଭାବେ ବୈଷ୍ଟମ୍ବ ଗୁରୁ ଓ ରମାକାନ୍ତ ସେଠି , ଦେବରାଜ ନାଏକ ଯୋଗଦେଇଥିଲେ । କୁଳମଣି ନାଏକ , ବିଜୟ ନାଏକ , ଶିବରାମ ସେନାପତି, ମୁରଲୀ ଧର ନାଏକ ଭ, ବୈକୁଣ୍ଠ ନାଏକ ପ୍ରମୁଖ ଯୋଗଦେଇ ଗୌତମ ବୁଦ୍ଧ , ଭୀମଭୋଇ ଙ୍କ ଫଟୋଚିତ୍ର ରେ ଫୁଲମାଳ ଓ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ସାହି ର ମହିଳା ଏବଂ ପୁରୁଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆମ୍ବେଦକର ସେବକ ସଂଘର କାର୍ଯ୍ୟକାରୀ ସଭାପତି ଦଇତାରି ନାଏକ କାର୍ଯ୍ୟକ୍ରମ ଆୟୋଜନ କରିଥିବା ବେଳେ ଅଭିମନ୍ୟୁ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୫/୫/୨୦୨୩---୮,୪୫ Sakhigopal News,5/5/2023