ଜଗନ୍ନାଥ ଙ୍କ ଜମିରୁ ମାଟି ବିକ୍ରୟ, ପୂବତନ ସମିତି ସଭ୍ୟ କଲେ ଅଭିଯୋଗ
ସାକ୍ଷୀଗୋପାଳ ---- ସତ୍ୟବାଦୀ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ ର ମହାବୀର ମନ୍ଦିର ନିକଟ ରେ ଥିବା ଜଗନ୍ନାଥ ଙ୍କ ଜମିରୁ ବେଆଇନ ଭାବେ ଦୁଇ ଜଣ ଯୁବକ ମାଟି ବିକ୍ରୟ କରୁଥିବା ନେଇ ଅଭିଯୋଗ ହୋଇଛି। ସୁଚନା ଯୋଗ୍ୟ ଯେ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ ରେ ଜଗନ୍ନାଥ ଙ୍କ ଜମିରୁ ନିରଞ୍ଜନ ବିଶ୍ୱାଳ ଓ ଦିବ୍ଯରଞ୍ଜନ ସାହୁ ବେ ଆଇନ ଭାବେ ମେସିନ ଲଗାଇ ମାଟି ବିକ୍ରୟ କରୁଛନ୍ତି ।ଏ ସମ୍ପର୍କରେ ନରେନ୍ଦ୍ରପୁର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ପ୍ରଶାନ୍ତ ମହାପାତ୍ର ସୋସିଆଲ ମିଡ଼ିଆ ମାଧ୍ୟମରେ ଜିଲ୍ଲାପାଳ, ବିଡ଼ିଓ, ତହସିଲଦାରଙ୍କୁ ଅଭିଯୋଗ କରିଥିବା ଜଣାପଡିଛି। ଅଭିଯୋଗ ପାଇବା ପରେ ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୋସିଆଲ ମିଡ଼ିଆ ମାଧ୍ୟମରେ ଜଣାଇଥିବା ଜଣାପଡିଛି।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୫/୨୦୨୩----୮,୨୦ Sakhigopal News,5/5/2023