Breaking News

ଐତିହ୍ୟ ଗ୍ରାମରେ ବିନୋଦ ବିହାରୀ ଠାକୁରଙ୍କ ପୀଠରେ ଭାଗବତ ପାରାୟଣ ମହାଯଜ୍ଞ ଉଦଯାପିତ



 
   ସାକ୍ଷୀଗୋପାଳ ---- ସତ୍ୟବାଦୀ ର ଐତିହ୍ୟ ଗ୍ରାମ ତଥା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ କୁଳଦେବତା  ଶ୍ରୀ ରାଧାବିନୋଦ ବିହାରୀ ଠାକୁରଙ୍କ ପୀଠରେ ଭାଗବତ ପାରାୟଣ ମହାଯଜ୍ଞ ଉଦଯାପିତ ହୋଇଯାଇଛି  । ଏହି ଅବସରରେ ଆୟୋଜିତ ଆଧ୍ଯାତ୍ମିକ ସଭାରେ ପ୍ରାକ୍ତନ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ କବି ରତ୍ନାକର ରାଉତ ମୁଖ୍ଯ ଅତିଥି ଭାବେ ଯୋଗଦେଇ କହିଥିଲେ ଅତିବଡ଼ି ଜଗନ୍ନାଥ ଦାସ  ଓଡ଼ିଆ ଭାଷାରେ ଭାଗବତ ରଚନା କରି ଓଡ଼ିଶା ର ଜନଜୀବନକୁ ଶ୍ରୁଙ୍ଖଳିତ ଓ ମାର୍ଜିତ କରିଯାଇଛନ୍ତି  । ପୁଣ୍ଯାତ୍ମା ଗୋପବନ୍ଧୁ ଭାଗବତ ଦ୍ବାରା ଅନୁପ୍ରାଣିତ ହୋଇ ମାନବ ସେବା କୁ ମାଧବ ସେବା ଭାବେ ଗ୍ରହଣ କରିଥିଲେ ବୋଲି ସେ କହିଥିଲେ। ଉତ୍କଳମଣି  ଭାଗବତ ପ୍ରଚାର ସମିତି - ଓଡ଼ିଶା ଆନୁକୂଲ୍ୟରେ ସାତଦିନ ଧରି ଏଠାରେ ଭାଗବତ ପାରାୟଣ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା  । ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଭକ୍ତକେଶରୀ ଶ୍ରୀ ପାଦ ପ୍ରାଣକ୍ରୁଷ୍ନ ମହାରାଜ ବ୍ଯାସ ଭାବେ ରହି ଭାଗବତ ପାରାୟଣ  କରୁଥିବା ବେଳେ ମନୋରଞ୍ଜନ ମିଶ୍ର, କାହ୍ନୁଚରଣ ଦାଶ ଓ ପ୍ରସନ୍ନ କୁମାର ରଥ ପୁରାଣ ପାଠ କରିଥିଲେ  । ଦ୍ୱାଦଶ ସ୍କନ୍ଧ ପାଠ କରାଯାଇ ପାରାୟଣ ମହାଯଜ୍ଞ ସଂପୂର୍ଣ୍ଣ ହୋଇଥିଲା  ।   ପ୍ରାକ୍ତନ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ପ୍ରସନ୍ନ କୁମାର ହୋତା, ଆମେ ଓଡ଼ିଆ ପୁସ୍ତକ ର ଲେଖକ ନ୍ରୁସିଂହ ଚରଣ ସାହୁ, ଡେପୁଟି କଲେକ୍ଟର ଜିତେନ୍ଦ୍ର କୁମାର ପାତ୍ର, ସତ୍ଯବାଦୀ ବିଡିଓ ଲୋଚନ ଦାସ, ତହସିଲଦାର ଜୟନ୍ତ କୁମାର ଜୟସିଂହ, ଡ, ପ୍ରଭାକର ତ୍ରୀପାଠୀ, ଅତିରିକ୍ତ ପୌର ଅଧିକାରୀ ମନୋଜ କୁମାର ବେହେରା, ପଣ୍ଡିତ ଜଗନ୍ନାଥ ରଥ, ପ୍ରାକ୍ତନ ବ୍ଯାଙ୍କ ଅଧିକାରୀ ବାସୁଦେବ ସାହୁ, କବି ଗୋବିନ୍ଦ ଫାରକ, ଅଧ୍ଯାପକ କମଳ କୁମାର ଦାସ, ଶିକ୍ଷାବିତ କୈଳାସ ଚନ୍ଦ୍ର ମିଶ୍ର, ନରହରି ସିଂହ, ପ୍ରଧାନି ବ୍ରୁନ୍ଦାବନ, ଲକ୍ଷ୍ମିଧର ସାମନ୍ତରାୟ, ବ୍ରଜକିଶୋର ପାଇକରାୟ , ପୁରୀ ତହସିଲଦାର ଷୀରେଧ କୁମାର ବେହେରା ପ୍ରମୁଖ ଧର୍ମପ୍ରାଣ ବ୍ଯକ୍ତି ମାନେ ଉପସ୍ଥିତ ରହିଥିଲେ  । ଆଧ୍ଯାତ୍ମିକ ସଭାରେ ପଣ୍ଡିତ କିଶୋର ଚନ୍ଦ୍ର ଭଞ୍ଜ ଓ ପଣ୍ଡିତ ପ୍ରଦୀପ୍ତ କୁମାର ତ୍ରିପାଠୀ ଭଗବାନ ଶ୍ରୀ କ୍ରୁଷ୍ଣ ଙ୍କ ଅନନ୍ତ ବିଭୁତି ସଂପର୍କ ରେ ପ୍ରବଚନ ପ୍ରଦାନ କରିଥିଲେ  । ଉତ୍କଳମଣି ଭାଗବତ ପ୍ରଚାର ସମିତି ଆବାହକ ତଥା ଶିକ୍ଷାବିତ ରାଧାକାନ୍ତ ଦାଶ ସପତ୍ନୀକ କର୍ତ୍ତା ଭାବେ କାର୍ଯ୍ୟ ସମାପନ କରିଥିଲେ   । ବୁଢାକେରା ଗାଦିବ୍ରହ୍ମ ସଂକିର୍ତ୍ତନ ମଣ୍ଡଳୀ ଙ୍କ ସହିତ ଆଠଗୋଟି ମଣ୍ଡଳୀ ଏଥିରେ ସଂକିର୍ତ୍ତନ ପରିବେଷଣ କରିଥିଲେ। ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୫/୨୦୨୩-----୮,୩୫ Sakhigopal News,5/5/2023

Blog Archive

Popular Posts