କୋଡିଏ କେଜି ରୁ ଅଧିକ ଗଞ୍ଜେଇ ଜବତ, ଜଣେ ଗିରଫ
ପୁରୀ --- ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ସଦର ରେଞ୍ଜର ନିରୀକ୍ଷକା ଶ୍ରୀମତୀ ମାନସୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ସଦର ଥାନା ଅଧୀନରେ ଥିବା କାସିହରିପୂର୍ ଅଂଚଳରେ ଚଢ଼ାାଉ କରିଥିଲେ। ଟୁନା ଦିଗଲ,ବୟସ - ୨୭ବର୍ଷ ,ପିତା -ଦାଙ୍ଗି ଦିଗଲ, ଗ୍ରାମ- ଦ୍ରକିରା,ଥାନା - ଫିରିଙ୍ଗିଆଙ୍କୁ ଠାରୁ ୨୦କିଲୋ ୫ଶହ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଜିଲ୍ଲା ସଦର ରେଞ୍ଜ କେସ ନଂ ୧୬/୨୩-୨୪ରୁଜୁ କରି କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ପୁରୀ କlରଗlରକୁ ପଠାଯାଇଛି। ଜବତ ଗଞ୍ଜେଇ ର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ଜଣାପଡିଛି । ଏହି ଚଢ଼ାଉରେ ଅବକାରୀ ଏ ଏସ ଇ ମାନସ କୁମାର ମିଶ୍ର, ଏବଂ କର୍ମଚାରୀ ସଞ୍ଜୀବ ହସ୍ତି ,ପ୍ରବୀଣ ବିରାଜ କୀରୋ, ଫିରୋଜ ମହାନଦୀଆ, ଜ୍ୟୋତି ସ୍ମିତା ଡଙ୍ଗୁଆ ,ଆଶିଷ ପ୍ରଧାନ ଦାସ ପ୍ରମୁଖ ସାମିଲ ଥିଲେ । ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୫/୨୦୨୩---୧୧,୨୦ Sakhigopal News,5/5/2023