Breaking News

ଭୀମଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ



ଜଟଣୀ----- ଜଟଣୀ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ "ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର  ଅନୁଷ୍ଠିତ ହୋଇଯାଇଛି | ଏହି ଶିବିରରେ ଜଟଣୀ ପଞ୍ଚାୟତ ସମିତି ଓ
ଜଟଣୀ ପୌରପରିଷଦ ଅଧୀନରେ ଥିବା ୭ ଗ୍ରାମ ପଞ୍ଚାୟତ ଏବଂ ୧୧ ୱାର୍ଡ ର ଦିବ୍ୟାଙ୍ଗ
ବ୍ୟକ୍ତିମାନେ ସେମାନଙ୍କର  ନାମ ପଞ୍ଜିକରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡାକ୍ତରମାନଙ୍କ ଦ୍ବାରା ବିଭିନ୍ନ
ପ୍ରକାର ସେବା ପାଇଥିଲେ | ଆଜିର ଶିବିରରେ ଶାରୀରିକ ଅକ୍ଷମ  ୨୦୩ ଜଣ, ଦୃଷ୍ଟିହୀନ ୬୭ ଜଣ, ଶ୍ରବଣ ଏବଂ ବାକ ଶକ୍ତି ପାଇଁ ୫୧ ଜଣ ଏବଂ ମାନସିକ ଅନଗ୍ରସର ୬୬ ଜଣ
ଯଥା ସର୍ବମୋଟ ୩୮୭ ଜଣ ନାମ  ପଞ୍ଜିକରଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ବିପ୍ଳବ କୁମାରସାମନ୍ତରାୟ,ଗୋଷ୍ଠୀ ଉନ୍ନୟନ ଅଧିକାରୀ,ଜଟଣୀ ଶ୍ରୀ ସରୋଜ କୁମାର ରାଉତ,ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଇତିଶ୍ରୀ ସାମଲ,ହିସାବ ଅଧିକାରୀ ଶ୍ରୀମତୀ ସ୍ବାଗତିକା ମିଶ୍ର ଓ ପିଏ ଶ୍ରୀ
ଦିଲ୍ଲୀପ କୁମାର ମହାପାତ୍ର ଶିବିର ସୁଚାରୁ ରୂପେ ପରିଚାଳନା କରିଥିଲେ | ଏହି କାର୍ଯ୍ୟକ୍ରମରେ ଜଟଣୀ
ବ୍ଲକ ର ସମସ୍ତ କର୍ମଚାରୀ ଓ ଅଙ୍ଗନୱାଡି କର୍ମୀ ଶିବିର ପରିଚାଳନା ରେ ସହଯୋଗ କରିଥିଲେ |
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩/୩/୨୦୨୩----୯,୪୫ Sakhigopal News,3/3/2023

Blog Archive