Breaking News

ବ୍ରାଉନସୁଗାର ସହିତ ବେପାରୀ ଗିରଫ




ଜଟଣୀ --ବିଶ୍ଵସ୍ତ ସୂତ୍ରରୁ ହସ୍ତଗତ ହୋଇଥିବା ଏକ ସୂଚନା ଆଧାରରେ ଜଟଣୀ ଥାନାର ଏକ ସ୍ପେଶାଲ ଟିମ ରେଲୱେ ଲୋକୋକଲୋନୀ ଅନ୍ତର୍ଗତ ଭଗବତୀ ମନ୍ଦିର ନିକଟରେ ଅତର୍କିତ ଚଢଉ କରିଥିଲେ । ଚଢଉ ବେଳେ ପୁଲିସ ବେଆଇନ ବ୍ରାଉନସୁଗାର ବିକ୍ରି କରୁଥିବା ଅଭିଯୋଗରେ ୨୭ ବର୍ଷୀୟ ସୁକାନ୍ତ ନାୟକ (ଅଜୟ)ନାମକ ଜଣେ ଅଭିଯୁକ୍ତଙ୍କୁ କାବୁ କରିଥିଲେ । ଅଭିଯୁକ୍ତଙ୍କ ତଲାସି ବେଳେ ପୁଲିସ ତାଙ୍କ ନିକଟରୁ ମୋଟ ୦୫ଗ୍ରାମ ୩୫ମିଲିଗ୍ରାମ ଓଜନର ବ୍ରାଉନ ସୁଗାର, ଗୋଟିଏ ମୋବାଇଲ ଫୋନ, ଏବଂ ୮୦୦ଟଙ୍କା ଜବତ କରିଥିଲେ । ପଚରା ଉଚରା ସମୟରେ, ଅଭିଯୁକ୍ତ ଜଣକ ଏହି ବେଆଇନ ବ୍ରାଉନ ସୁଗାର କାରବାର ବହୁଦିନ ପୂର୍ବରୁ ନିୟମିତ ଭାବେ କରିଆସୁଥିବା ବେଳେ ଏହାକୁ ସେ ଜଳେଶ୍ବର ଅଞ୍ଚଳରୁ ଆଣି ଜଟଣୀ ସହରର ବିଭିନ୍ନ ପ୍ରାନ୍ତରେ ବିକ୍ରୟ କରୁଥିବା କଥା ମଧ୍ୟ ସ୍ଵୀକାର କରିଥିଲେ। ଏହି ଘଟଣାକୁ କେନ୍ଦ୍ରକରି ଜଟଣୀ ଥାନା ପୁଲିସ ଏକ କେସ ନଂ 80/23 ରୁଜୁ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ବାବଦରେ ଜଟଣୀ ପୋଲିସ ମାମଲାର ଅଧିକ ତଦନ୍ତ ଚାଲୁ ରଖିଛି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩/୩/୨୦୨୩----୯,୩୫ Sakhigopal News,3/3/2023

Blog Archive

Popular Posts