Breaking News

ଭଞ୍ଜନଗର ବିଜେପି ର ଏତଲା



ଭଞ୍ଜନଗର--- ଭୁବନେଶ୍ୱର ରେ ବିଜେପି ଯୁବ ମୋର୍ଚ୍ଚା କର୍ମୀମାନଙ୍କ ଉପରେ ପୁଲିସ ର ଅମାନବୀୟ ଅତ୍ୟାଚାର ଓ ଆକ୍ରମଣ ଘଟଣାକୁ ଦୃଢ ନିନ୍ଦା କରାଯାଇଛି । ଶୁକ୍ରବାର ଭଞ୍ଜନଗର ବିଜେପି ପକ୍ଷରୁ ଭଞ୍ଜନଗର ଥାନା ରେ ଭୁବନେଶ୍ୱର ଡିସିପିଙ୍କ ବିରୁଦ୍ଧରେ ଏତଲା ଦିଆଯାଇଛି। ଘୁମୁସର ଜିଲ୍ଲା ଉପସଭାପତି ଅଯୋଧ୍ୟା ନାଥ ମହାପାତ୍ର ଙ୍କ ନେତୃତ୍ବରେ ଦଳୀୟ କର୍ମୀ ମାନେ ଏକ ମଟର ସାଇକେଲ ଶୋଭାଯାତ୍ରା ରେ ଆସି ସନ୍ଧ୍ୟାରେ ଥାନା ସବ୍ ଇନ୍ସପେକ୍ଟର କେଶବ ଷଢଙ୍ଗୀ ଙ୍କୁ ଏହି ଏତଲା ପ୍ରଦାନ କରିଥିଲେ। ଏଥୂରେ ବିଜେପି ପକ୍ଷରୁ  ଶିବ ପ୍ରସାଦ ମହାପାତ୍ର, ଧୀରେନ୍ଦ୍ର ମହରଣା,ଅଜୟ କୁମାର ମଲ୍ଲ, ପ୍ରଶାନ୍ତ କୁମାର ପ୍ରଧାନ ଓ ଶକ୍ତି ବିଶୋୟୀ ପ୍ରମୁଖ ସାମିଲ ହୋଇଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩/୩/୨୦୨୩----୯,୨୫ Sakhigopal News,3/3/2023

Blog Archive

Popular Posts