୯୩ ଗ୍ରାମ ଧଳାଜହର ଜବତ ଜଣେ ଗିରଫ
ପୁରୀ ----ପୁରୀ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ,ପୁରୀ ଅବକାରୀ ସଦର ରେଞ୍ଜ ନିରୀକ୍ଷିକା ଶ୍ରୀମତୀ ମାନସୀ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ କଟକ ଜିଲ୍ଲା ନିଆଳି ଥାନା ଅଧୀନ ହଳଦିବସନ୍ତ ଗ୍ରାମର ପ୍ରଦୀପ ସାହୁ , ବୟସ -35 ବର୍ଷଙ୍କୁ ଗୋପ ଥାନା ଅଧୀନ ଯୋଗେଶ୍ୱରପୁର ଛକରୁ ଗିରଫ କରି ତାଙ୍କ ନିକଟରୁ 93 ଗ୍ରାମ ବ୍ରାଉନ ସୁଗାର (ହେରୋଇନ ) ଜବତ କରିବାରେ ସଫଳ ସୋଇଛନ୍ତି। କୋଣାର୍କ ଅବକାରୀ ଥାନା କେସ ନଂ -151/22-23ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେଠାରେ ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ-କlରାଗIରକୁ ପଠାଯାଇଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ନଅ ଲକ୍ଷ ତିରିଶି ହଜ଼ାର ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି ।ଏହି ଚଢ଼ାଉରେ ଅବକାରୀ ASI ଶ୍ରୀ ଲୋକନାଥ ପାତ୍ର,Staff- ସ୍ଵାଗତିକା ଘଡେଇ,ବିଶ୍ୱଜିତ ମହାପାତ୍ର, ମାନସ ନାଏକ, ଦୀନବନ୍ଧୁ ବାରିକ, ତପନ ପ୍ରଧାନ,ଆଶିଷ କୁମାର ପ୍ରଧାନ, ଶେଖ ୱାରିସ ପ୍ରମୁଖ ସାମିଲ ଥିଲେ.ପ୍ରକାଶ ଥାଉକି ଏହି ଆସାମୀ ଦୀର୍ଘ ଦିନ ହେଲା ପୁରୀ ଜିଲ୍ଲାର କଳାପଞ୍ଚଣ, ଚାରିଛକ, ନୂଆହାଟ ଏରିଆରେ ନିଶାବେପାର କରିଆସୁଥିଲା । ପୁରୀ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୩/୨୦୨୩-----୮,୧୦ Sakhigopal News,5/3/2023