ସତ୍ୟବାଦୀ ବ୍ଳକରେ ପଞ୍ଚାୟତରାଜ ଓଲୋକସେବା ଦିବସ ପାଳିତ
ସାକ୍ଷୀଗୋପାଳ,------ ସତ୍ୟବାଦୀ ବ୍ଳକର ସଦଭାବନା ଗୃହ ପରିସରରେ ବିଡିଓ ଲୋଚନ ଦାସଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତରାଜ ଓଲୋକ ସେବା ଦିବସ ପାଳିତ ହୋଇଯାଇଛି । ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ଏବିଡିଓ ଅରକ୍ଷିତ ପ୍ରଧାନ, ସହକାରୀ ନିର୍ବାହୀଯନ୍ତ୍ରୀ ଅମ୍ରିତ ଗଜେନ୍ଦ୍ର, ଜିପିଓ ସୌଭାଗ୍ୟ ରଞ୍ଜନ କର ଙ୍କ ସହିତ ଜିଲ୍ଲାପରିଷଦ ସଭ୍ୟ ରତିକାନ୍ତ ମିଶ୍ର ଓ ବିଭିନ୍ନଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ସଭ୍ୟା ମାନେ ଯୋଗଦେଇଥିଲେ । ପ୍ରଥମେ ବିଜୁବାବୁଙ୍କ ଫଟୋଚିତ୍ରରେ ମାଲ୍ୟର୍ପଣ କରିବା ପରେ ବିଜୁବାବୁଙ୍କ ସ୍ମୃତିଗାନ ଅତିଥି ମାନେ କହିଥିଲେ । ବିଶେଷ କରି ବ୍ଳକର ଏକ ପଞ୍ଚାୟତକୁ ଜିଲ୍ଲାର ପ୍ରଥମ ପଞ୍ଚାୟତ ଗଡି ତୋଳିବା ପାଇଁ ଅଧ୍ୟକ୍ଷ ଶ୍ରୀ ପଣ୍ଡା କହିଥିଲେ । ତେଣୁ ଯୋଗ ଦେଇଥବା ଜନପ୍ରତିନିଧି ମାନେ ଏଥିପ୍ରତି ସଜାଗ ହୋଇ ପାରିଲେ ଆମେ ଗୋଟିଏ ପଞ୍ଚାୟତ ନୁହେଁ ଅନେକ ପଞ୍ଚାୟତ ରାଜ୍ୟରେ ପୁରଷ୍କୃତ ହୋଇ ପାରିବ ବୋଲି ଅଧ୍ୟକ୍ଷ କହିଥିଲେ । ସେହିପରି ବିଡିଓ ଶ୍ରୀ ଦାସ ସମସ୍ତ ଜନପ୍ରତିନିଧି ମାନଙ୍କୁ କହିଥିଲେ ସମସ୍ତ ପଞ୍ଚାୟତରେ ଜନସାଧାରଣଙ୍କୁ ସଠିକ ସେବା କିପରି ଯୋଗାଇ ଦିଆଯାଇ ପାରିବ ସେଥି ପ୍ରତି ସମସ୍ତ ଜନପ୍ରତିନିଧି ମାନେ ନଜର ଦେବାକୁ ବିଡିଓ ଶ୍ରୀ ଦାସ କହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୩/୨୦୨୩---୮,୧୦ Sakhigopal News , 5/3/2023