ପିପିଲି ରୁ ୮୫ ଗ୍ରାମ ଧଳାଜହର ଜବତ ଜଣେ ଗିରଫ
ପିପିଲି---- ପୁରୀ ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ ପିପିଲି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ପ୍ରକାଶ ଭୋଇ ,ବୟସ -34ଙ୍କୁ ଗିରଫ କରିଛି। ପିପିଲି ଥାନା ଅଧୀନ କଣ୍ଟି ସ୍କୁଲ ନିକଟରୁ ତାଙ୍କୁ ହିରୋଇନ୍ ସହିତ ଗିରଫ କରିଛି ଅବକାରୀ ପୋଲିସ । ଉକ୍ତ ଆସାମୀର ଘର କଟକ ଜିଲ୍ଲା ନିଆଳୀ ଅଧିନସ୍ଥ । ଏହି ଆସାମୀ ଖୋର୍ଦ୍ଧାରୁ ବ୍ରାଉନ ସୁଗାର ଆଣି କଣ୍ଟି ଗ୍ରାମପଞ୍ଚାୟତ ସ୍କୁଲ ନିକଟରେ ଜଣେ ଗ୍ରlହକକୁ ବିକ୍ରିକରିବା ପାଇଁ ଛିଡା ହେଇଥିଲା । ଏହି ଖବର ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିକଟରେ ପହଞ୍ଚିଥିଲା । ସଙ୍ଗେ ସଙ୍ଗେ ପିପିଲି ଅବକାରୀ ଥାନା ଅଧିକାରୀ ଶ୍ରୀ ମିଲ୍ଲିକ ଏକ ଟିମ ପ୍ରସ୍ତୁତ କରି ଚଢ଼ାଉ ପାଇଁ ନିର୍ଦେଶ ଦେଇଥିଲେ । ଚଢ଼ାଉ କରିବା ସମୟରେ ଉକ୍ତ ଅସlମୀ ଠାରୁ 85 ଗ୍ରାମ ବ୍ରାଉନ ସୁଗାର (ହେରୋଇନ ) ଜବତ କରିବାରେ ଅବକାରୀ ପୋଲିସ ସଫଳ ହୋଇଥିଲେ । ପିପିଲି ଅବକାରୀ ଥାନା କେସ ନଂ -110/22-23ରେଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ପୁରୀ କlରାଗIରକୁ ପଠାଯାଇଥିବା ଜଣାପଡିଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ଆଠ ଲକ୍ଷ ପଚାଶ ହଜ଼ାର ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି।ଏହି ଚଢ଼ାଉରେ ଅବକାରୀ Staff- ସ୍ଵାଗତିକା ଘଡେଇ,ଜଗନାଥ ଦାସ,ବିଶ୍ୱଜିତ ମହାପାତ୍ର, ମାନସ ନାଏକ, ଦୀନବନ୍ଧୁ ବାରିକ, ତପନ ପ୍ରଧାନ,ଆଶିଷ କୁମାର ପ୍ରଧାନ, ପ୍ରମୁଖ ସାମିଲ ଥିଲେ । ପିପିଲି ରୁ ବିଜୟ କୁମାର ମହାପାତ୍ରଙ୍କ ରିପୋର୍ଟ,୫/୩/୨୦୨୩----୮,୪୫ Sakhigopal News,5/3/2023