Breaking News

ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦାୟଦ; ତଦନ୍ତ କରିବା ପାଇଁ ସତ୍ୟବାଦୀ ଥାନାରେ ଏତଲା



  1.   ସାକ୍ଷୀଗୋପାଳ-----ସତ୍ୟବାଦୀ ଥାନାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଏହାଠାରୁ ଦୁଖଧ ଘଟଣା କିଛି ନାହିଁ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦାୟଦ ବୋଲି ପିତବାସ ମିଶ୍ରଙ୍କ ତରଫରୁ ତାଙ୍କ ପୁଅ କାଳୀପ୍ରସନ୍ନ ମିଶ୍ର ସତ୍ୟବାଦୀ ଥାନାରେ ଏକ ଅଭିଯୋଗ ପତ୍ରଦାଖଲ କରିଛନ୍ତି । ବିଶେଷ ସୁତ୍ରରୁ ସେ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଝିଅ କିତ୍ରମୟୀ  । ସେ ନାରାୟଣ ମିଶ୍ରଙ୍କୁ ବାହା ହୋଇଥିଲେ । ତାଙ୍କର ୪ନଂ ପୁଅ ହେଉଛନ୍ତି ପିତବାସ ମିଶ୍ର । ୨୩ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଐତିହ୍ୟ ସୁଆଣ୍ଡୋ ଗ୍ରାମ ଉଦଘାଟନ କରିବା ସମୟରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କର  କିଛି ଅଂଶୀଦାର ମାନେ ଷ୍ଟେଜକୁ ଯିବା ପାଇଁ ଚାହିଥିଲେ । ମାତ୍ର ସେମାନଙ୍କ ପାଖରେ କୌଣସି ପ୍ରମାଣପତ୍ର ବା ଜିଲ୍ଲା ପ୍ରଶାସନ ଦେଇଥବା ଆଇକାର୍ଡ ନ ଥିବାରୁ ସେମାନେ ସେଠାକୁ ଯାଇ ପାରିନଥିଲେ ।  ଅଭିଯୋଗ କରିଛନ୍ତି ଯେ ଗୋପବନ୍ଧୁଙ୍କ ଦାୟଦ କହୁଥିବା କିଛି ବ୍ୟକ୍ତି ବିଶେଷ ମାନେ  ଲୋକଙ୍କୁ ଭୂଆଁ ଭୁଲାଉଛନ୍ତି । ସେମାନଙ୍କ ବିରୁଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ପକୃତରେ  ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦାୟଦ ଆମେ ବୋଲି ତଦନ୍ତ ସଠିକ କରାଯାଉ ବୋଲି ସେ ଦାବି କରିଛନ୍ତି । ଅନ୍ୟ ପକ୍ଷେ ସତ୍ୟବାଦୀ ତହସିଲଦାର ଭୁଲ ରେକର୍ଡ ଦେଇଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଆଇନଜୀବୀ  କାଳୀ ପ୍ରସନ୍ନମିଶ୍ର କହନ୍ତି ଆମର ଗୋପବନ୍ଧୁ ଙ୍କ ସମ୍ପତି ଆମର ଦରକାର ନାହିଁ । ମାତ୍ର ଆମକୁ ଆମର ଗୋପବନ୍ଧୁ ଦାସଙ୍କ ଦାୟଦ ବୋଲି ଆଖ୍ୟ ମିଳୁ । ଏହି ଦାବିପତ୍ର ପ୍ରଦାନ ସମୟରେ  ହାଇକୋଟଆଇନଜୀବୀ ସଂଘର ସଭାପତି କାଳୀ ପ୍ରସନ୍ନ ମିଶ୍ରଙ୍କ ସହିତ ଆଦ୍ୟସିଦ୍ଧି ମିଶ୍ର, ଚିନ୍ମୟ ମହାନ୍ତି, ବିଭପ୍ରସନ୍ନ ମହାପାତ୍ର, ପର୍ଣୁରାମ ଦାଶ, ମାନସ କୁମାର ସ୍ୱାଇଁ, ଅମିତାଭ ମହାନ୍ତି, ବିଭୁତି ଭଷଣ ବେହେରା, ଗୋବିନ୍ଦଚନ୍ଦ୍ର ମହାପାତ୍ର, ବିଶ୍ୱଜିତି ଶତପଥୀ, ଉତ୍ତମ କୁମାର ଶତପଥିଙ୍କ ସହିତ ଅନ୍ୟମାନେ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୩/୨୦୨୩---୮,୧୦    Sakhigopal News 

Blog Archive

Popular Posts