Breaking News

ଦୁଇ ଭାଙ୍ଗ ବେପାରୀ ଗିରଫ,ଟାଟାଏସି ଓ ମଟର ସାଇକେଲ ଜବତ


ଚନ୍ଦନପୁର---- ପୁରୀ ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ, ପୁରୀ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀଣି ସ୍ଵୟଂପ୍ରଜ୍ଞା ଶୁଭଦର୍ଶୀନୀ ଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ଭାଙ୍ଗ ଚାଲାଣ ବେଳେ ମାଡ଼ି ବସିଛନ୍ତି । ଅଭିଯୁକ୍ତ ଙ୍କ ନାମ ପି. ପାଣ୍ତବ ପାତ୍ର,ବୟସ -42 ଓ ବସନ୍ତ ପାତ୍ର, ବୟସ -24 ଙ୍କୁ  ଭୁବନେଶ୍ୱର ରୁ ପୁରୀ NH ର ତୁଳସୀ ଚଉରା ଛକ ନିକଟରୁ ଗିରଫ କରାଯାଇଥିବା ଜଣାପଡ଼ିଛି।  ତାଙ୍କ ନିକଟରୁ 630 କିଗ୍ରା ଭାଙ୍ଗ ଓ ଟାଟା ACE gold ଗାଡ଼ିର ଜବତ କରାଯାଇଛି ।  ପୁରୀ ଅବକାରୀ ଥାନା କେସ ନଂ -271/22-23ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।
 ଜାମିନ ନାମଞ୍ଜୁର ହେବାରୁ ପୁରୀ କlରାଗIରକୁ ପଠାଯାଇଛି । ଜବତ ଭାଙ୍ଗ ର ମୂଲ୍ୟ ପ୍ରାୟ ଛଅ ଲକ୍ଷ ତିରିଶି ହଜାର ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି ।  ସେହିପରି  ଅବକାରୀ ଥାନା ASI ଶ୍ରୀ ସନ୍ତୋଷ କୁମାର ନାୟକ ଙ୍କ ନେତୃତ୍ୱରେ ଏକ ଟିମ୍  ସନ୍ତୋଷ ପାତ୍ର, ବୟସ- 40 ଙ୍କୁ ପୁରୀ ସଦର ଥାନା ଅନ୍ତର୍ଗତ ଚକ୍ରବର୍ତ୍ତୀ ଛକରୁ ଗିରଫ କରିିଛିି।  ତାଙ୍କ ନିକଟରୁ 60କି.ଗ୍ରା ଭାଙ୍ଗ ଓ ଏକ ମଟର ସାଇକେଲ ଜବତ କରିବାରେ ସଫଳ ହୋଇଛନ୍ତି । ପୁରୀ ଅବକାରୀ ଥାନା କେସ ନମ୍ୱର୍ 272/22-23ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ମାତ୍ର ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ପୁରୀ କାରାଗାରକୁ ପଠାଯାଇଛି । ଜବତ ଭାଙ୍ଗର ମୂଲ୍ୟ ପ୍ରାୟ ଷାଠୀଏ ହଜାର ରୁ ଉର୍ଦ୍ଧ ହେବ। ଏହି ଚଢ଼ାଉରେ ଅବକାରୀ SI- ଶ୍ରୀ ନାରାୟଣ ବେହେରା,ASI- ଶ୍ରୀ ପୂର୍ଣ୍ଣଚନ୍ଦ୍ର ନାୟକ, ମାନସ କୁମାର ମିଶ୍ର, ଷ୍ଟାଫ - ଭିକ୍ଟୋରିଆ ଦୁଙ୍ଗୁଡୁଙ୍ଗୁ, ଅଭିଜିତ ପ୍ରଧାନ, ପ୍ରଦୀପ୍ତ ପଣ୍ଡା, ଦିପ୍ତିରଞ୍ଜନ ଦାସ, ଫିରୋଜ ମହାନନ୍ଦିଆ, ଜଗନ୍ନାଥ ଦାସ ପ୍ରମୁଖ ସାମିଲ ଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୩/୨୦୨୩---୮,୪୫ Sakhigopal News,5/3/2023

Blog Archive

Popular Posts