ଝରାପାଲି ଗ୍ରାମରେ ଶ୍ରୀ ଶ୍ରୀ କପିଳେଶ୍ଵର ମନ୍ଦିରର ରତ୍ନମୁଦ ଉତ୍ସବ
ବରଗଡ଼---- ବରଗଡ ଜିଲ୍ଲା ଭେଡେନ ବ୍ଲକ ଝରାପାଲି ଗ୍ରାମରେ ଶ୍ରୀ ଶ୍ରୀ କପିଳେଶ୍ଵର ଶିବମନ୍ଦିରର ରତ୍ନମୁଦ ଉପଲକ୍ଷେ ରବିବାର କଳସ ଯାତ୍ରା ଓ ଷୋହଳ ପ୍ରହରୀ ନାମଯାଜ୍ଞ ଆରମ୍ଭ ହୋଇଛି। ଏଥିରେ ପୁରୋହିତ ଭାବରେ ପଣ୍ଡିତ ଧ୍ରୁବଚରଣ ତ୍ରିପାଠୀ ଓ କର୍ତା, କର୍ତ୍ତ୍ରୀ ଭାବରେ ଦେବ ଭୂଏ ଓ ଧର୍ମପତ୍ନୀ ବନ୍ତୀ ଭୂଏ ପୂଜା କାର୍ଯ୍ୟ ତୁଲାଉଛନ୍ତି। ଏଥିରେ ଭକ୍ତ ମାନେ ବାବା କପିଳେଶ୍ଵର ଙ୍କ ଆଶୀର୍ବାଦ ଲାଭକରି, କାର୍ଯ୍ୟକ୍ରମ କୁ ସଫଳ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ୭ତାରିଖ ଦିନ ରତ୍ନମୁଦ ଓ ନାମଯଜ୍ଞ ପୂର୍ଣ୍ଣାହୁତି ହେବ। ଝରାପାଲି ଗ୍ରାମର ସମସ୍ତ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୫/୩/୨୦୨୩----୮,୫୫ Sakhigopal News,5/3/2023