Breaking News

ବିଜେପି ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ , ଥାନା ରେ ଏତଲା


ବରଗଡ଼--- ବରଗଡ ଜିଲ୍ଲା ଭେଡେନ ଥାନା ଠାରେ ବିଜେପି ଯୁବ ମୋର୍ଚ୍ଚା ର ପ୍ରଭାରୀ ରଞ୍ଜନ ସାହୁ ଙ୍କ ପରାମର୍ଶ କ୍ରମେ ଭେଡେନ ଥାନା ରେ ଏକ ଅଭିଯୋଗ ହୋଇଛି । ସୁଚନା ଯୋଗ୍ୟ ଯେ ଭୁବନେଶ୍ଵର ଠାରେ ବିଜେପି ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ମାନଙ୍କ ଉପରେ ପୋଲିସ ଓ ବିଜେଡି ଗୁଣ୍ଡା ମାନଙ୍କ ମିଳିତଭାବେ ହୋଇଥିବା ମରଣାନ୍ତକ ଆକ୍ରମଣ ଓ ଯୁବ ମୋର୍ଚ୍ଚା ର କାର୍ଯ୍ୟକର୍ତ୍ତା ମାନଙ୍କ ବିରୁଦ୍ଧରେ ଅନ୍ୟାୟ ଭାବେ ଗିରଫ କରି କୋର୍ଟ ଚାଲାଣ କରିଛି। ଏହା ବିରୁଦ୍ଧ ରେ ଭେଡେନ ବିଜେପି ପକ୍ଷରୁ ଭେଡେନ ଥାନା ରେ ପୋଲିସ ଡିଜି, ଭୁବନେଶ୍ବର କମିଶନର, ଡିସିପି ଙ୍କ ବିରୋଧର ଏତାଲା ଦାଖଲ କରାଯାଇଛି। ଏହାର ନେତ୍ରୁତ୍ଵରେ ନେଇ ଯଶୋବନ୍ତ ସେଠ, ଉପସ୍ଥିତ ଥିଲେ। ବରଗଡ ସାଂସଦ ପ୍ରତିନିଧି ବିପିନ ଭୂସାଗର,ଜିଲ୍ଲା ପରିଷଦ ପ୍ରାର୍ଥୀ ଖିରେଶ ମହାକୁର, ମଣ୍ଡଳ ସଭାପତି ଭୀମସେନ ମଲ୍ଲିକ,ସରୋଜ ମିଶ୍ର, ଜୟଦେବ ପ୍ରଧାନ, ଧନେଶ୍ଵର ପାଢୀ, କ୍ରିଷ୍ଣା ପଟେଲ, ତାସୁବାବୁ, ଶୁରୁବାବୁ କର୍ମୀ, ସୁବୋଧ ଦାଶ ଓ ବହୁ ଯୁବ କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩/୩/୨୦୨୩---୯,୪୫ Sakhigopal News,3/3/2023

Blog Archive