Breaking News

ବାଲିଗୁଡା ପୋଲିସକୁ ମିଳିଛି ବଡ଼ ସଫଳତା,ଆନ୍ତଃ ଜିଲ୍ଲା ଡକାୟତି ଗ୍ୟାଙ୍ଗ ର ଦୁଇ ସଦସ୍ୟ ଗିରଫ


କନ୍ଧମାଳ---- ଆନ୍ତଃ ଜିଲ୍ଲା ଡକାୟତି ଗ୍ୟାଙ୍ଗ ର ଦୁଇ ଜଣ ଡକାୟତ କୁ ଗିରଫ କରିଛି ବାଲିଗୁଡା ପୋଲିସ l ଗତ କିଛି ମାସ ଧରି ବାଲିଗୁଡା ଉପଖଣ୍ଡ ର ବିଭିନ୍ନ ଥାନା ଅଂଚଳ ରେ ଆତଙ୍କ ଖେଳାଇବା ସହ ବନ୍ଧୁକ ମୁନ ରେ ଲୁଟପାଟ ଚଳାଉଥିଲେ ଏହି ଡକାୟତି ଗ୍ୟାଙ୍ଗ l ଦୁଇ ଡକାୟତ ଠାରୁ ନଗଦ ଏକ ଲକ୍ଷ ଟଙ୍କା, ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ବାଇକ, ଗୋଟିଏ ଛୁରୀ ଓ ଦୁଇ ଟି ମୋବାଇଲ ଜବତ କରାଯାଇଥିବା ନେଇ ବାଲିଗୁଡା ଏସଡିପିଓ ରୋହିତ ବର୍ମା ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି l ଗିରଫ ଦୁଇ ଡକାୟତି ହେଲେ ତୁମୁଡିବନ୍ଧ ଥାନା ଅଂଚଳ ର ରିଚାର୍ଡ ନାୟକ ଓ ପ୍ରିୟ ମଣ୍ଡଳ l ଗତ ଫେବୃଆରୀ 8 ତାରିଖ 2023 ରେ ବାଲିଗୁଡା ଥାନା ଗଦ୍ରିଙ୍ଗିଆ ଘାଟି ରେ ବନ୍ଧୁକ ଦେଖାଇ ଟ୍ରକ ଡ୍ରାଇଭର ଓ ଜଣେ ପ୍ରଧାନ ଶିକ୍ଷକ ଙ୍କ ଠାରୁ ପଚିଶି ହଜାର ଟଙ୍କା ଲୁଟ ସହ ମରଣାତ୍ମକ ଆକ୍ରମଣ କରିଥିଲେ ଏହି ଗ୍ୟାଙ୍ଗ l ସେହିପରି ଗତ ନଭେମ୍ବର 7 ତାରିଖ 2022 ରେ ତୁମୁଡିବନ୍ଧ ଥାନା ଜଲେଶପଟ୍ଟା ନିକଟରେ ଥିବା ଏକ ପେଟ୍ରୋଲ ପମ୍ପ ର ମ୍ୟାନେଜର ଠାରୁ ଲକ୍ଷାଧିକ ଟଙ୍କା ବନ୍ଧୁକ ଦେଖାଇ ଲୁଟ କରିଥିଲେ ଏହି ଗ୍ୟାଙ୍ଗ l ତୁମୁଡିବନ୍ଧ ଥାନା ଅନ୍ତର୍ଗତ ମା ବରାଳ ଦେବୀ ପେଟ୍ରୋଲ ପମ୍ପ ର ମେନେଜର ଦେବାଶିଷ ନନ୍ଦ ବ୍ୟାଙ୍କ କୁ ଜମା କରିବାକୁ ଯାଉଥିବା ସମୟରେ ମୁଣ୍ଡରେ ବନ୍ଧୁକ ଲଗାଇ ଚାରି ଲକ୍ଷ୍ୟ ତେପନ ହଜାର ତିନି ସହ ଟଙ୍କା ଲୁଟ କରିଥିଲେ ଏହି ଗ୍ୟାଙ୍ଗ l ତେବେ ଏନେଇ ପୋଲିସ ପୂର୍ଵ ରୁ ତଦନ୍ତ ଜାରୀ ରଖିଥିଲା ବେଳେ ଘଟଣା ର ଛାନଭିନ ଚଳାଇଥିଲା l ଗତ ଫେବୃଆରୀ 13 ତାରିଖ ଦିନ ଏହି ଡକାୟତି ଗ୍ୟାଙ୍ଗ ର ମୁଖ୍ୟ ଅଭିଯୁକ୍ତ ଅଜୟ ଦିଗାଲ କୁ ବାଲିଗୁଡା ପୋଲିସ ଗିରଫ କରିବା ସହ ଏକ କାର ମଧ୍ୟ ଜବତ କରିଥିଲା l
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୩/୩/୨୦୨୩-----୯,୫୫ Sakhigopal News,3/3/2023

Blog Archive

Popular Posts