Breaking News

ଖୋର୍ଦ୍ଧା ରୋଡ଼ ଷ୍ଟେସନ ନାମକୁ ପରିବର୍ତ୍ତନ ନେଇ ନାଗରିକ କମିଟିର ଏକ ଅଭିନଵ ପ୍ରୟାସ




ଜଟଣୀ ---ଆଜି ଜଟଣୀ ନାଗରିକ କମିଟି ତରଫରୁ ଏକ ଗଣ ଦୌଡର ଆୟୋଜନ କରାଯାଇଥିଲା l ଏହି ଗଣ ଦୌଡ଼ ର ଲକ୍ଷ୍ୟ ଜଟଣୀ ରେ ସମସ୍ତ କେନ୍ଦ୍ରୀୟ ପ୍ରତିଷ୍ଠାନ ମାନଙ୍କ ନାମ ପରିବର୍ତ୍ତନ କରାଯାଇ ପୋଷ୍ଟାଲ ଠିକଣାରେ ଜଟଣୀ ନାମକୁ ଅନ୍ତର୍ଭୁକ୍ତ କରାଯିବା, ବିଶେଷ ଭାବେ ଖୋର୍ଦ୍ଧା ରୋଡ ଷ୍ଟେସନ ର ନାମ ଜଟଣୀ କରାଯିବା ପାଇଁ ନାଗରିକ କମିଟି ଦାବି ଉପସ୍ଥାପନ କରିଛି ।  ଏହି ଗଣଦୈଡଟି ବଡ଼ତୋଟା ବେଲପଡା ଠାରୁ ପଦନପୁର, ନାଇଜର, ଖୁଦୁପୁର ଆଇ ଇ ଟି, ପୋଡାପଡା, ତରବୋଇ, ତିରିମଲ, ଅରଗୁଳ, ବାଛରl ଦେଇ ଜଟଣୀ ଷ୍ଟେସନ ଠାରେ ପହଞ୍ଚିଥିଲା l ସେଠାରେ ଏକ ସମ୍ବର୍ଦ୍ଧନା ଉତ୍ସବ କରାଯାଇ ପାଖାପାଖି ପଚାଶ ଜଣ ଗରିବ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା l ଉକ୍ତ ସଭାରେ ଜଟଣୀ ନିର୍ବାଚନମଣ୍ଡଳୀର ରଥିପୁର କନ୍ତିଆ ପଞ୍ଚାୟତର  ପୂର୍ବତନ ବ୍ଲକ ଅଧକ୍ଷ ଶ୍ରୀ ଦୁର୍ଯୋଧନ ପ୍ରଧାନ ଙ୍କ ସୁପୁତ୍ର ରଞ୍ଜନ କୁମାର ପ୍ରଧାନ ଓ ବହୁ ସହଯୋଗୀ କ୍ୟାପଟେନ ମନ୍ମଥ ଙ୍କ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଆଗାମୀ ଦିନରେ ତାଙ୍କର ପ୍ରତେକ ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ଯୋଗ ଦେବେ ବୋଲି ପ୍ରତିଶୃତି ଦେଇଥିଲେ l ଆସନ୍ତା ମାସ ରେ ଦିଲ୍ଲୀ ଯାଇ କେନ୍ଦ୍ର ରେଳ ମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଙ୍କୁ ଦାବିପତ୍ର ଦେଇ ଜଟଣୀର ପରିଚୟକୁ ଓଡିଶା ମାନଚିତ୍ରରେ ଓ ପୋଷ୍ଟାଲ ଠିକଣାରେ ପରିବର୍ତ୍ତନ ପାଇଁ ଦାବି ଜଣାଇଦିଆଯିବ ବୋଲି ଦୃଢ଼କ୍ତି ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ଆବାହକ ବୃନ୍ଦାବନ ସାହୁ, କଂଗ୍ରେସ ନେତା ତଥା ପୂର୍ବତନ କାଉନସିଲର ନୌସିର ଅଲ୍ଲୀ, ଲୁସେନ ରାୟ, ନଣ୍ଡା ପ୍ରଧାନ, ଅଭିଜିତ ମହାନ୍ତି, ପ୍ରଫେସର ବିଜୟ କେଶରୀ ପଟନାୟକ,ପୂର୍ବତନ ସରପଞ୍ଚ ସୁନୀଲ ରାଉତରାୟ, ବୁଲୁ ମହାପାତ୍ର, ସଂକେତ ପାଟଶାଣି, ସୂର୍ଯ୍ୟକାନ୍ତ ବଳିୟାରସିଂହ, ତିଲୁ ଜେନା, ସଂଜୟ ଜେନା, ସୌମ୍ୟ ଶ୍ରୀଚନ୍ଦନ, କାଳନ୍ଦୀ ଚରଣ ନାୟକ,ଅସିତ ପାହାଡ଼ସିଂହ, ଅଜୟ ଜେନାଓ ଜି ଶ୍ରୀନୁ ପ୍ରମୁଖ ଯୋଗଦେଇଥିଲେ l କାର୍ଯ୍ୟକ୍ରମ କୁ  ବିଧାୟକ ଙ୍କ ରାଜନୈତିକ ସଚିବ କଳିଙ୍ଗ କୁମାର ସାହୁ ପରିଚାଳନା କରିଥିଲେ l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୬/୧/୨୦୨୩---୪,୪୫ Sakhigopal News,16/1/2023

Blog Archive

Popular Posts