ଡେଲାଙ୍ଗ ଗାଦିବ୍ରହ୍ମ ମହାବିଦ୍ୟାଳୟ ପରିସରରେ ସଡକ ସୁରକ୍ଷା" ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ
ଡେଲାଙ୍ଗ---- ରାଜ୍ୟପରିବହନ ପ୍ରାଧିକାରୀ,ପୁରୀ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ରେଡକ୍ରସ୍ ୟୁନିଟ୍, ଗାଦିବ୍ରହ୍ମ ମହାବିଦ୍ୟାଳୟ , ଡେଲାଙ୍ଗ ର ମିଳିତ ଆନୁକୁଲ୍ୟ ରେ ସଡକ ସୁରକ୍ଷା ସପ୍ତାହ-୨୦୨୩ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ସରୋଜ କୁମାର ପଣ୍ଡା ଅନୁଷ୍ଠିତ ଆଲୋଚନା ଚକ୍ରରେ ସଭାପତିତ୍ୱ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ଠାରୁ ଡେଲାଙ୍ଗ ହାଟ ପର୍ଯ୍ୟନ୍ତ ରେ ଏକ ସଡକ ସୁରକ୍ଷା ସଚେତନତା ରାଲି କରାଯାଇଥିଲା । ରାସ୍ତା ରେ ଛାତ୍ରଛାତ୍ରୀ,ପୋଲିସ ଅଧିକାରୀ ଓ ପୁରୀ ଜିଲ୍ଲା ଆଂଚଳିକ ପରିବହନ କାର୍ଯ୍ୟାଳୟ ର ଅଧିକାରୀ ମାନେ ରାସ୍ତାରେ ଯାଉଥିବା ଗାଡିଚାଳକ ମାନଙ୍କୁ ଅଟକାଇ ସଚେତନ କରାଇଥିଲେ।
ଉକ୍ତ ଆଲୋଚନା ଚକ୍ର ରେ ଡେଲାଙ୍ଗ ଗୋଷ୍ଠୀଉନ୍ନୟନ ଅଧୀକାରୀ ଶ୍ରୀ ଦିଲିପ କୁମାର ଷଡଙ୍ଗୀ ମୂଖ୍ୟଅତିଥି, ଡେଲାଙ୍ଗ ଥାନା ଅଧିକାରୀ ଶ୍ରୀ ଅନିଲ କୁମାର ମହାନ୍ତି ମୂଖ୍ୟବକ୍ତା , ସହକାରୀ ମୋଟରଯାନ ନିରିକ୍ଷକ ଶ୍ରୀ ଅମିତ କୁମାର ରଣା ପର୍ଯ୍ୟବେକ୍ଷକ ଓ ହାଟ ଫାଣ୍ଡି ଅଧିକାରୀ ଶ୍ରୀ ଧନପତୀ ପିଙ୍ଗ ଓ ସମ୍ବାଦିକ ପ୍ରସନ୍ନ ତ୍ରୀପାଠୀ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ସଡକ ସୁରକ୍ଷା ସପ୍ତାହ ପାଳନ ର ଗୁରୁତ୍ୱ ଓ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ।ମହାବିଦ୍ୟାଳୟ ର ରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ତ୍ରିନାଥ ପରିଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ମହାବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ସହ ଅଧ୍ୟାପିକା ପ୍ରମୋଦିନି ମହାପାତ୍ର,ସହକାରୀ ଗ୍ରନ୍ଥାଗାରିକ ଦାଶରଥି ବଳବନ୍ତରାୟ ଓ ସମସ୍ତ କର୍ମଚାରୀ ସହଯୋଗ କରିିଥିଲେେ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୬/୧/୨୦୨୩---୪,୨୫ Sakhigopal News,16/1/2023