Breaking News

ଉଦୟମାନ ବ୍ୟକ୍ତିଙ୍କ ବିୟୋଗରେ ସହର ସ୍ତବ୍ଧ




ଜଟଣୀ --- ଜଟଣୀ ସହରର ଜଣେ ସୁ ପରିଚିତ ତଥା ଫୁଟବଲ ଖେଳର ଜାତୀୟ ସ୍ତରର ରେଫ୍ରି ଭାବରେ ରାଜ୍ୟରେ ସୁନାମ ଅର୍ଜନ କରିଥିବା ଡି. ଭଗବାନ ଦାସ ଙ୍କ ୮0 ବର୍ଷ ବୟସରେ ମୁର୍ତ୍ୟୁ ହୋଇଯାଇଛି । ଏହି ଖବର  ପ୍ରସାରିତ ହେବା ପରେ ସହରରେ ଏକ ପ୍ରକାର ଶୋକର ଛାୟା ଖେଳି ଯାଇଛି l ସେ ମଧ୍ୟ ଜଣେ ଡ୍ରାମା କଳାକାଳ ଏବଂ ଫିଲ୍ମ କଳାକାର ଥିଲେ l ପିଲାଟି ବେଳୁ ସେ ଫୁଟ ବଲ ଖେଳ ଏବଂ ଅଭିନୟ ପ୍ରତି ଆକୃଷ୍ଟ ଥିଲେ l ସେ କଟକ ଦିବାନ ବଜାର ତେଲୁଗୁ ସାମ୍ପ୍ରଦାୟରେ ରହି ଅନେକ ଡ୍ରାମାରେ ଅଭିନୟ କରିଛନ୍ତି l ଏବଂ ଓଡ଼ିଆ ଚଳଚିତ୍ର "ଯା ଦେବୀ ସର୍ଵଭୂତେଷୁ ","ପାପପୁଣ୍ୟ ", ଏବଂ ଟେଲି ଚଳଚିତ୍ର " ଠିକଣା ଜବାବ "ରେ ଅଭିନୟ କରି ଦର୍ଶକଙ୍କ ପ୍ରିୟ ପାତ୍ର ହୋଇଥିଲେ l ସେ ରେଳ ବିଭାଗରେ ଚିପ୍ ଟିକେଟ ଇନିସ୍ପେକଟର ରୂପେ ଚାକିରୀ କରି ଟିଟିଇ ମାନଙ୍କ ମଧ୍ୟରେ ଜଣେ ପ୍ରିୟ ପାତ୍ର ଥିଲେ l ସେ ୨୦୦୨ ମସିହାରେ ଚାକିରିରୁ ଅବସର ଗ୍ରହଣ କରି ସାରିବା ପରେ ମଧ୍ୟ ଫୁଟବଲ ଖେଳ ପ୍ରତି ତାଙ୍କର ଆଗ୍ରହ କମିନଥିଲା l ଚାକରିର ଷାଠିଏ ବର୍ଷ ଅବସର ପରେ ମଧ୍ୟ ଥକି ନ ପଡି ଓଡ଼ିଶାର କଟକ, ଭୁବନେଶ୍ୱର, ଜଟଣୀ,ପୁରୀ,କୁହୁଡି ଏପରି ଅନେକ ସ୍ଥାନରେ ଫୁଟବଲ ଖେଳରେ  ରେଫ୍ରି କରି ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରି ସୁନାମ ଅର୍ଜନ କରିଥିଲେ l ତାଙ୍କରି ମୁର୍ତ୍ୟୁରେ ସାରା ରାଜ୍ୟ ତଥା ସ୍ଥାନୀୟ ସହରର ଫୁଟ ବଲ ଖେଳାଳି ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି l ବୁଦ୍ଧିଜୀବୀଙ୍କ ମତରେ ଯେପରି ଏକ ଅଧ୍ୟାୟର ପରିସମାପ୍ତି ଘଟିଛି l ଏପରି ବ୍ୟକ୍ତିତ୍ୱ ଖେଳ ଜଗତରେ ମିଳିବା କଷ୍ଟକର ବୋଲି ମତ ପ୍ରକାଶ ପାଇଛି। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୬/୧/୨୦୨୩----୯,୧୦ Sakhigopal News,16/1/2023

Blog Archive

Popular Posts