ତିନି କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ
ଜଟଣୀ--- ଜଟଣୀ ନିକଟସ୍ଥ ଷଣ୍ଢପୁର ଗ୍ରାମରେ ଅଖିଳ ବିଶ୍ୱ ଗାୟତ୍ରୀ ପରିବାରଏବଂ ଶାନ୍ତିକୁଞ୍ଜ, ହରିଦ୍ୱାରଙ୍କ ତତ୍ୱାବଧାନରେ ତିନି କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଗ୍ରାମବାସୀଙ୍କ ଦ୍ୱାରା ଗ୍ରାମର ଶ୍ରୀ ଶ୍ରୀ ବାବା କୁଣ୍ଡଳେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ମନୁଷ୍ୟ ମଧ୍ୟରେ ଦେବତ୍ୱ ଗୁଣର ଜାଗରଣ, ନାରୀ ଶିକ୍ଷା, କୁରୁତି ଉନ୍ନୁଳନ, ନିଶା ନିବାରଣ ଆଦି ସାମାଜିକ ସମସ୍ୟା ଉପରେ ଆଲୋକ ପାତ କରିଥିଲେ ପ୍ରଜ୍ଞାପୁତ୍ରୀ ଶ୍ରୀମତି ବିଳାସିନୀ ସାହୁ । ମନ୍ତ୍ରପାଠ କରିଥିଲେ ଶ୍ରୀ ଦୁର୍ଗାପ୍ରସାଦ ରାୟ ଓ ଯୁଗ ସଂଗୀତ ପରିବେଷଣ କରିଥିଲେ ଶ୍ରୀ କୃଷ୍ଣଚନ୍ଦ୍ର ମହାରଣା । ଗ୍ରାମର ୧୦ ଜଣ ଦେବକନ୍ୟା ତଥା ମହିଳା ମାନଙ୍କ ଦ୍ୱାରା କଳସ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଯଜ୍ଞରେ ୩୦୦ରୁ ଅଧିକ ଶ୍ରଦ୍ଧାଳୁ ଭାଗନେଇ ଅନ୍ନପ୍ରସାଦ ଗ୍ରହଣ କରିଥିଲେ । ପରିଚାଳନା ଦାୟିତ୍ୱରେ ଥିଲେ ଶ୍ରୀ ରବିନ୍ଦ୍ର ନାଥ ଦାଶ, ଶ୍ରୀମତି ଗୀତାଞ୍ଜଳୀ ଦାଶ, ସ୍ୱେଚ୍ଛାସେବୀ ଜ୍ଞାନ ଭାଇ ଓ ଗ୍ରାମର ଶ୍ରୀ ସଚ୍ଚିକାନ୍ତ ରାଉତ । ପରିଶେଷରେ ଗ୍ରାମବାସୀଙ୍କ ପ୍ରତିନିଧି ରୂପେ ଅଧ୍ୟାପକ ଶ୍ରୀ ସୁଶାନ୍ତ କୁମାର ରାଉତ ଓ ଗ୍ରାମର ବୟୋଜ୍ୟଷ୍ଠ ବ୍ୟକ୍ତି ଶ୍ରୀ ମୂରଲୀଧର ପ୍ରଧାନ, ସମସ୍ତ ପ୍ରତିିନିଧି ମାନଙ୍କୁ ସମ୍ମାନିତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ l
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୬/୧/୨୦୨୩----୪,୪୦ Sakhigopal News,16/1/2023