ଗଳ୍ପ ପୁସ୍ତକ “ଅଲୋଡା ମଣିଷ”ଉନ୍ମୋଚିତ
ସାକ୍ଷୀଗୋପାଳ----- ଅବସର ପ୍ରାପ୍ତ ପ୍ରଧ୍ୟାପକ ଡ. ବସନ୍ତ କୁମାର ରଥଙ୍କ ଦ୍ୱାରା ରଚିତ ଗଳ୍ପ “ଅଲୋଡା ମଣିଷ” ପୁସ୍ତକ ବକୁଳବନ ସ୍ଥିତ ପଞ୍ଚସଖା ସମାଧିପୀଠ ପରିସରରେ ଉନ୍ମୋଚିତ ହୋଇଯାଇଛି । ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ନୂଆସୋମେଶ୍ୱରପୁର ଗ୍ରାମର ସାହିତ୍ୟନୁରାଗୀ ମହାଦେବ ମିଶ୍ର ଅନୁଷ୍ଠିତ ସଭାରେ ସଭାପତିତ୍ୱ କରିଥିଲେ ।ଅନୁଷ୍ଠିତ ସଭାରେ ପ୍ରଧ୍ୟାପକ ଟ, ରଥ ସ୍ୱରଚିତ ଗଳ୍ପ ପୁସ୍ତକ ସମ୍ବନ୍ଦରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ମାନସ ରଞ୍ଜନ ମହାପାତ୍ର , ପ୍ରାକ୍ତନ ସମ୍ପାଦକ ଓଡିଆ ବିଭାଗ ନ୍ୟାସନ୍ୟାଳ ଟ୍ରଷ୍ଟ ଅଫ ଇଣ୍ଡିଆ , ଆଜିର ସମାଜରେ ଗଳ୍ପର ଆବଶ୍ୟକତା ଓ ଗୁରୁତ୍ୱ ଉପରେ ଆଲେଚନା କରିବା ସହ ପୁସ୍ତକ ଉନ୍ମୋଚିତ କରିଥିଲେ । ଅନ୍ୟତମ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟପକ, କବି ଗାଳ୍ପକ ଅଭିମନ୍ୟୁ ବରାଳ, ଗବେଷକ ଭୀମସେନ ମହାପାତ୍ର, ଶ୍ରୀମତି ଶୈଳବାଳା ମହାପାତ୍ର, ଜୀବନ ବ୍ୟାପି ସାଧାନା ତଥା ସାରସ୍ୱତ ସମ୍ମାନରେ ସମ୍ମାନୀତ, କବି ରବୀନ୍ଦ୍ର ନାଥ ଷଡଙ୍ଗୀ ଯୋଗ ଦେଇ ଗଳ୍ପର ମହତ୍ୱ ଓ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ରାଷ୍ଟପତି ପୁରଷ୍କାର ପ୍ରାପ୍ତ ଶ୍ରୀ ସୁନିଲ କୁମାର ସାକସେନା ବିଶେଷ ଅତିଥି ଭାବେ ଯୋଗ ଦେଇ ସାହିତ୍ୟର ଆଧ୍ୟାତ୍ମିକ ମୂଲ୍ୟବୋଧ ଊପରେ ଆଲୋଚନା କରିଥିଲେ । ଗଳ୍ପ ଆବାଳ ବୃଦ୍ଧ ବନୀତାଙ୍କର ମନୋରଞ୍ଜନ ମାଧ୍ୟମ । ଏହା ସାମାଜିକ ଚିତ୍ର, ଚରିତ ଓ ଚରିତ୍ରର ଅପୂର୍ବ ସମନ୍ୱୟ । ସାହିତ୍ୟ ସଂହତି , ସହହିତରୁ ସଂସ୍କାର ଓ ସଂସ୍କାରରୁ ସାମାଜିକ ବିକାଶ ସମ୍ଭବପର ହୋଇଥାଏ ବୋଲି ଅନୁଷ୍ଠିତ ସଭାରେ ଅତିଥି ମାନେ ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଉତ୍କଳମଣି ସ୍ୱୃତି ମହାବିଦ୍ୟାଳୟ ଓ ପିପିଲି ମହାବିଦ୍ୟାଳୟର ପୁରାତନ ଓ ନୂତନ ଛାତ୍ରଛାତ୍ରୀ ଯୋଗଦେଇ ମାର୍ଯ୍ୟକ୍ରମକୁ ସଫଳ କରିଥିଲେ ।ଶେଷରେ ଉତ୍କଳମଣି ସ୍ମୃତି ମହାବିଦ୍ୟାଳୟର ବଡବବାବୁ ରାଜ କିଶୋର ପତି ଧନ୍ୟବାଦ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୧/୨୦୨୩---୭,୧୦ Sakhigopal News, 2/1/2022