>>
  • ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ
  • >>
  • ଜଟଣୀ ପୌରପରିଷଦର ଅଜବ ନିୟମ ; ପୁରାତନ ଡ୍ରେନ ର ପୁନଃରୁଦ୍ଧାର ନ କରାଯାଇ ଚାଲିଛି ନୂତନ ଡ୍ରେନ ନିର୍ମାଣ , ୱାର୍ଡ ବାସିନ୍ଦାଙ୍କ ଅସନ୍ତୋଷ
  • >>
  • ଶ୍ରୀ ଜଗନ୍ନାଥଙ୍କ ସେନାପଟ ସେବାପାଇଁ ସାକ୍ଷୀଗୋପାଳରୁ ବଉଳକାଠ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଶ୍ରୀକ୍ଷେତ୍ର ଗମନ
  • >>
  • ଖୋର୍ଦ୍ଧା ରୋଡ଼ ମଣ୍ଡଳ ପକ୍ଷରୁ ଆନ୍ତର୍ଜାତୀୟ ଲେଭେଲ୍ କ୍ରସିଙ୍ଗ ସଚେତନତା ଦିବସ
  • >>
  • ଖୋର୍ଦ୍ଧା ରୋଡ୍ ଡିଭିଜନ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ
  • >>
  • ବିଶ୍ଵ ପରିବେଶ ଦିବସ ଅବସରରେ ଆଇଆଇଟି ଭୁବନେଶ୍ଵର ପକ୍ଷରୁ ବୃକ୍ଷରୋପଣ
  • >>
  • କର୍ମଯୋଗୀ ବ୍ରଜମୋହନଙ୍କ ଜନ୍ମଦିବସ ପାଳିତ
  • >>
  • ସତ୍ୟବାଦୀରେ ବିଶ୍ବ ପରିବେଶ ସୁରକ୍ଷା ସପ୍ତାହ ଉଦ୍‌ଯାପିତ ହୋଇଯାଇଛି
  • ଅଙ୍ଗନବାଡ଼ି କର୍ମୀଙ୍କଟେନସନ ବଢୁଛି, କିନ୍ତୁ ପାରିଶ୍ରମିକ ମିଳୁନି





    କଟକ---   ନଭେମ୍ବର ୨୧ରୁ ଭୁବନେଶ୍ୱରରେ ଅଙ୍ଗନବାଡ଼ି କର୍ମୀ ଅଲ ଓଡ଼ିଶା ଲେଡିଜ ୱାର୍କରସ ଆସୋସିଏସନ ନେତୃତ୍ୱରେ ୮ଦଫା ଦାବି ପୁରଣ ନେଇ କାର୍ଯ୍ୟବନ୍ଦ କରି ବୀକ୍ଷେଭ ଜାରି ରଖିଛନ୍ତି।45ଦିନର ବିକ୍ଷୋଭପରେ ସରକାର ଅଙ୍ଗନବାଡ଼ି କର୍ମଚାରୀଙ୍କ ଦାବି ପୁରଣ କରୁନାହାନ୍ତି।ଏ ଭଳି ସ୍ଥଳେ ଅଙ୍ଗନବାଡ଼ି କର୍ମୀନିରାଶ ନ ହୋଇ ଆନ୍ଦୋଳନର ତରିକା ବଦଳାଇବା  ସହ ଆନ୍ଦୋଳନ କୁ ଶାଣୀତ କରିବାରେ ଲାଗିଛନ୍ତି। ଅଲ ଓଡିଶା ଲେଡିଜ ୱର୍କରସ ଆସୋସିଏସନ ର ସୂଚନା ଅନୁସାରେ ସରକାର ଅଙ୍ଗନବାଡ଼ି କର୍ମଚାରୀଙ୍କ କାମ ପରେ କାମ ଦେଇ ଟେନସନ ବଢ଼ାଇଚାଲିଛନ୍ତି।ତେଣୁ ସେମାନଙ୍କୁ ନିୟମିତ କରିବା ଅଥବା ନିୟମିତ ପୂର୍ବରୁ ପାରିଶ୍ରମିକ ବଢାଇବା ଚିନ୍ତା କରୁନାହାନ୍ତି।ସ୍ବଳ୍ପ ପରିଶ୍ରମିକ ଦେଇ ଅଧିକ ଖଟାଇ ଚାଲିଛନ୍ତି।ଏଭଳି ସ୍ଥଳେ ନିଜର ହକ ପୁରଣ କରିବାକୁ ଯାଇ ୨୦୧୭ରେ ଭୁବନେଶ୍ୱରରେ ଆନ୍ଦୋଳନ କରି ରାଜ୍ୟ ର ୬ଜଣ ଅଙ୍ଗନବାଡ଼ି କର୍ମୀ ବହିଷ୍କୃତ ହୋଇଛନ୍ତି। ସେମାନଙ୍କୁ ପୁନଃ ଚାକିରି ରେ ଅବସ୍ଥାପିତ କରାଯାଉନି।ଅନ୍ୟ ପାଖରେ ଆନ୍ଦୋଳନ କୁ ପ୍ରତ୍ୟାହାର ପାଇଁ ଚାପ ବଢ଼ାଇ ବାରେ ଲାଗିଛି।କେତେବେଳେ ବହିଷ୍କୃତ କରାଯିବାର ଧମକ ମିଳୁଛି ତ ଆଉ କେତେ ବେଳେ ଦରମା କାଟ ହେବାର ଚେତାବନୀ ମିଳୁଛି।ତେବେ ଅଙ୍ଗନବାଡ଼ି କର୍ମୀ ଗୋଟିଏ ଅଡ଼ି ବସିଛନ୍ତି ସରକାର ଦାବି ପୂରଣ ନକଲେ ଆନ୍ଦୋଳନ ପ୍ରତ୍ୟାହୃତ ହବ ନାହିଁ।
    ବଜାର ଦର ହୁ ହୁ ହୋଇ ବଢିଚାଲିଛି।ହେଲେ  ଶିଶୁଙ୍କ ପାଇଁ କରାଯାଇଥିବା ମନୁ ସରକାର ୨୦୧୭ ପରେ ଆଉ ପରିବର୍ତ୍ତନ କରୁନାହାନ୍ତି।ଶିଶୁ ଙ୍କ ଖାଇବା ପାଇଁ ସରକାର ଯେଉଁ ମେନୁ ଧର୍ଯ୍ୟ କରିଛନ୍ତି ସେଥିପାଇଁ ଏକ ସ୍ୱତନ୍ତ୍ର ଦୋକାନ ଖୋଲି ସରକାରୀ ଦରରେ ସାମଗ୍ରୀ ଯୋଗାଇବାକୁ ଅଙ୍ଗନବାଡ଼ି କର୍ମିଅନୁରୋଧ କରିଛନ୍ତି।ଅଙ୍ଗନବାଡ଼ି ରେ ଜଣେ ଶିଶୁ ପିଛା ସରକାର ଜଳଖିଆ ଓ ମିଲସ ପାଇଁ ୭ଟଙ୍କା ୭୦ପଇସା ରେ ଯୋଗାଉଛନ୍ତି।ଏଥିରୁ ୧ଟଙ୍କା ୨୪ ସକାଳ ଜଳଖିଆ ଓ ୬ଟଙ୍କା ୪୬ପଇସା ରୋଷେଇ ପାଇଁ ଖର୍ଚ୍ଚ କରିବାକୁ କହିଛନ୍ତି।ସକାଳ ଜଳଖିଆରେ ସୋମଓ ଶୁକ୍ରବାରେ ବେଶନ ଓ ଅଟା ମିଶ୍ରତ ଲଡୁ ,ବୁଧ ଓ ଶନିବାର ଗଜା ମୁଗ,ମଙ୍ଗଳବାରଓ ଗୁରୁବାର ଚୁଡା ମୁଆଁ ଦେବାପାଇଁ କୁହାଯାଇଛି।ହେଲେ ୧ଟଙ୍କା ୨୪ରେ ଏ ସବୁକରିବାରେ ଅଧିକ ଖର୍ଚ୍ଚ ହେଉଛି ବୋଲି ଅଙ୍ଗନବାଡ଼ି କର୍ମୀ କହି ଆସୁ ଛନ୍ତି,।ସେହିପରି ୬ଟଙ୍କା ୪୬ପଇସା ରେ ଅଣ୍ଡା,ପନିପରିବା ,ତେଲ,ଲୁଣ,ଓ ମସଲା ରହିଛି।ସରକାର ମାଗଣା ଗ୍ୟାସ ଦେଲେ ଶିଶୁ ପିଛା ୫୦ପଇସା କଟିଯିବ।ଶିଶୁ ଙ୍କୁ ସୋମବାର ଡାଲମା ,ଅନ୍ୟ ୫ଦିନ ଅଣ୍ଡା ତରକାରୀ।ଅଣ୍ଡା ଆଇଟମ ମଧରେ ବୁଧବାର ଓ ଶନିବାର ଅଣ୍ଡା ଝୋଳ ହେଉଛି।ମଙ୍ଗଳ,ଗୁରୁ,ଶୁକ୍ରବାର ରେ ତରକାରୀ ଏବଂ ସଂତୁଳାରେ ଅଣ୍ଡା ପକାଇ ଶିଶୁ ଙ୍କୁ ଗୋଟେ ଲେଖାଏ ଦିଆଯିବ।।ପୁଣି ଲେମ୍ବୁ ବି ଦିଆଯିବ।୬ଟା ୪୬ ପଇସା ମଧ୍ୟରେ ଅଣ୍ଡାକୁ ୫ଟଙ୍କା ,ଫୁଟଣ ୩୦ପଇସା,ଜାଳେଣି ୫୦ପଇସା ଖର୍ଚ୍ଚ କରିବା କୁ ପଡିବ ।ପୁଣି ପନିପରିବା ଶିଶୁ ଙ୍କୁ ଦେଖି ପକାଇବାକୁ ପଡିବ।୭୫ଟଙ୍କା ଲିଟର ଥିବା ଖାଇବା ତେଲ ଓ ୬୫ ଟଙ୍କା କେଜି ଥିବା ଡାଳି କିଣିବାକୁ ପରାମର୍ଶ ରହିଛି।ବଜ଼ର ରେ ଅଣ୍ଡା ଗୋଟା କୁ ୭ଟଙ୍କା ପଡୁଥିବବେଳେ୬ଟଙ୍କା୪୬ପଇସାରେ କିପରି ଶିଶୁଙ୍କୁ ରୋଷେଇ କରି ଦିଆଜିବ ବୋଲି ଅଙ୍ଗନବାଡ଼ି କର୍ମୀ ପ୍ରଶ୍ନ କରିଛନ୍ତି।ଏନେଇ ଅଙ୍ଗନବାଡ଼ି ନେତ୍ରୀ ଜ୍ୟୋତ୍ସ୍ନା ପଣ୍ଡା କୁହନ୍ତି ଅଙ୍ଗନବାଡ଼ି କର୍ମୀଆନ୍ଦୋଳନ କରିବାକୁ ଆଗ୍ରହୀ ନୁହନ୍ତି।ତେବେ ସରକାରୀ କର୍ମଚାରୀ ଙ୍କ ଦରମା ବଢୁଛି।ପୁଣି ଅସ୍ଥାଇ କର୍ମଚାରୀଙ୍କୁ ସ୍ଥାୟୀ କରାଗଲା।ହେଲେ ଅଙ୍ଗନବାଡ଼ି କର୍ମଚାରୀ ଙ୍କ କୌଣସି ଦାବି ପୂରଣ ହେଉନି।ଜଳଖିଆ ଓ ମିଲସ ପାଇଁ ଜଣେ ଶିଶୁଙ୍କୁ ୭ଟଙ୍କା ୭୦ଦେଲେ ଅଙ୍ଗନବାଡ଼ି କର୍ମଚାରି କିପରି ଏହାକୁ ପରିଚାଳନା କରିବେ ।ଆମ ପାଇଁ ଏକ ସ୍ୱତନ୍ତ୍ର ଦୋକାନ କରି ଶିଶୁ ଙ୍କା ପାଇଁ  ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଅନ୍ତୁ ବୋଲି ସେ କହିଛନ୍ତି।ପେଟ ରେ ଭୋକ ଥାଇ କିପରି କାମ କରିବୁ କହି କ୍ଷୋଭ ପ୍ରକାଶ କରିଥିଲେ।ମେନକା ଦଳେଇ କୁହନ୍ତି।ସରକାର ୮ଦଫା ଦାବି ପୂରଣ ନ କଲେ ଆନ୍ଦୋଳନ ପ୍ରତ୍ୟାହୃତ ହେବର ପ୍ରଶ୍ନ ଉଠୁନି।
    କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୨/୧/୨୦୨୨---୭,୧୦ Sakhigopal News,2/1/2022

    Blog Archive

    Popular Posts