Breaking News

ଇଂରାଜୀ ନବ ବର୍ଷ କୁ ସ୍ବାଗତ ଜଣାଇ ଓଡିଶୀ ଗୁରୁକୂଳର ବିଦ୍ୟାର୍ଥି ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ




ସାକ୍ଷୀଗୋପାଳ ----- ସତ୍ଯବାଦୀ ବ୍ଳକ ଅନ୍ତର୍ଗତ ବଡ଼ହାଟ ଗ୍ରାମରେ ଥିବା   ରାମହରି ଦାସ ଓଡିଶୀ ଗୁରୁକୁଳ ରେ ଇଂରାଜୀ ନବ ବର୍ଷ କୁ ସ୍ବାଗତ ଜଣାଇ ଅତ୍ୟନ୍ତ ଉତ୍ସାହ ଏବଂ ସାଂସ୍କୃତିକ ବାତାବରଣ ରେ  ଗୁରୁକୁଳ ପରିସର ରେ ବିଦ୍ୟାର୍ଥୀ ,ଅଭିଭାବକ ଏବଂ ଗୁରୁ ମାନଙ୍କୁ ନେଇ ଆୟୋଜନ  କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଗୁରୁକୁଳ ର ବିଦ୍ୟାର୍ଥୀ ମାନେ ଓଡିଶୀ  ସଙ୍ଗୀତ ,ଓଡ଼ିଶୀ ନୃତ୍ୟ ଏବଂ ଓଡିଶୀ ମର୍ଦ୍ଦଳ  ବାଦନ ପରିବେଷଣ ସହ ଚିତ୍ରାଙ୍କନ  ,ଶ୍ଳୋକ ଉଚ୍ଚାରଣ ,କବିତା ପାଠ ଆଦି ବିଭିନ୍ନ ପାରମ୍ପରିକ କଳାରେ ଅଂଶଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଲକ୍ଷ୍ୟ ଥିଲା ଗୁରୁକୁଳ ର ବିଦ୍ୟାର୍ଥି ମାନଙ୍କର ନୃତ୍ୟ, ସଙ୍ଗୀତ ଏବଂ ବାଦ୍ୟ ବ୍ୟତୀତ ଅନ୍ୟାନ୍ୟ ପାରମ୍ପରିକ କଳା କୁ ଚିହ୍ନିତ କରି ତାକୁ ପ୍ରୋତ୍ସାହିତ କରିବା।ଏହି କାର୍ଯ୍ୟକ୍ରମ ରେ ୫୦ ଜଣ ବିଦ୍ୟାର୍ଥୀ ବିଭିନ୍ନ ପାରମ୍ପାରିକ କଳା ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମ ରେ ଆପାତତଃ ୧୦୦ ଜଣ ବିଦ୍ୟାର୍ଥୀ ଏବଂ ୨୦ ଜଣ ଅଭିଭାବକ  ଉପସ୍ଥିତ ଥିଲେ ।ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଟିକୁ ଗୁରୁକୁଳ ର ପ୍ରତିଷ୍ଠାତା ଗୁରୁ ରାମହରି ଦାସ , ଅଧ୍ୟକ୍ଷ ଗୁରୁ ଧନେଶ୍ଵର ସ୍ୱାଇଁ,ଏବଂ ନୃତ୍ୟ ବିଭାଗ ର ବରିଷ୍ଠ ଗୁରୁ ନିରଞ୍ଜନ ରାଉତଙ୍କ ଉପଦେଶ କ୍ରମେ ଆୟୋଜନ କରାଯାଇ ଥିଲା। କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ସମସ୍ତ ବିଦ୍ୟାର୍ଥୀ ,ଅଭିଭାବକ ଏବଂ ଗୁରୁ ପରସ୍ପର ମଧ୍ୟରେ  ସାଂସ୍କୃତିକ ଭାବନାର ଆଦାନ ପ୍ରଦାନ ସହିତ ପରସ୍ପରକୁ ଇଂରାଜୀ ନବବର୍ଷ ର ଅଭିନନ୍ଦନ ଜଣାଇଥିଲେ। କାର୍ଯ୍ୟକ୍ରମ କୁ ଗୁରୁକୁଳ ର ସଚିବ ଶ୍ରୀ ହିମାଂଶୁ ଶେଖର ସ୍ୱାଇଁ ସ୍ବାଗତ କରିବା ସହ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବିଷୟରେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମ କୁ ଶ୍ରୀ ବିଭୂତି ଭୂଷଣ ଚମ୍ପତ୍ତି ପରିଚାଳନା କରିଥିଲେ । ଶ୍ରୀମାନ ଦୁଷ୍ମନ୍ତ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧/୧/୨୦୨୩---୭,୧୦ Sakhigopal News,1/1/2023

Blog Archive

Popular Posts