ସାକ୍ଷୀଗୋପାଳ ମନ୍ଦିର ଓ ପୁର ପଲ୍ଲୀରେ ଶାମ୍ବଦଶମୀ ପର୍ବ ପାଳିତ
ସାକ୍ଷୀଗୋପାଳ ---- ସାକ୍ଷୀଗୋପାଳ ମନ୍ଦିରରେ ପ୍ରତିଦିନ ପରି ସୂର୍ଯ୍ୟପୂଜା କରାଯାଇଥିଲା । ମାତ୍ର ସୂର୍ଯ୍ୟ ଦେବତାଙ୍କ ପାଇଁ ସ୍ୱତନ୍ତ୍ ପୂଜା ନୀତିକାନ୍ତି କରାଯାଇ ଜାତଭୋଗ, ଆଳତୀ ଓ ଉପଚାର କରାଯାଇଥିଲା । ସେହିପରି ପୁର ପଲ୍ଲୀରେ ପାଳିତ ହୋଇଯାଇଛି ଶାମ୍ବଦଶମୀ ତଥା ସୂର୍ଯ୍ୟଦେବଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସକାଳୁ ସକାଳୁ ଘରର ମହିଳା ମାନେ ଘର, ଅଗଣା ଓ ଚଉରା ଧୁଆ ଧୋଇ କରିବା ସହ ଚିତା, ମୁରୁଜ ପକାଇଥାନ୍ତି । ସୂର୍ଯ୍ୟ ଉଦୟ ହେବା ମାତ୍ରେ ଏକ ପିଡାପଠାରେ ଗୁଆ ଥୋଇ ପଞ୍ଚାମୃତରେ ସ୍ନାନ କରାଇ ନାଲି ଫୁଲରେ ସଜାଇ ଧୂପ, ଦୀପ ଓ ବାଳଭୋଗ କରାଯାଇଥିଲା । ପୂବାହ୍ନରେ ଖେଚୁଡି, ଡାଲାମା, ଡାଲି, ତରକାରୀ, ଶାଗ, ଖଟା, କ୍ଷୀରି , ରାବେଡି, ରସାବଳି, ଛେନା, ରସଗୋଲା ସହିତ ଚକୁଳି, ଛଣାପିଠା, ଆରିସା, କାକେରା, ମକରଚାଉଳ ଆଦି ପୂଜା କରାଯାଇଥାଏ । ସେହିପରି ସଂଧ୍ୟାରେ ସୂର୍ଯ୍ୟ ଦେବତା ଅସ୍ତ ସମୟରେ ପଣା ଭୋଗ କରାଯାଇ ପରିବାରଙ୍କୁ ରୋଗରୁ ରକ୍ଷା କରିବା ପାଇଁ ସୂର୍ଯ୍ୟ ପୂଜା କରାଯାଇଥାଏ । ସେହିପରି ସୂର୍ଯ୍ୟ ଦେବତାଙ୍କୁ ମାନସିକ କରି ରୋଗରୁ ମୁକ୍ତି ପାଇଥିବା ପରିବାର ପକ୍ଷରୁ ମାନସିକ ଭୋଗ କରାଯାଇଥାଏ । ସେହିପରି କେତେକଙ୍କ ଘରେ ରାତିରେ ଶାମ୍ବ ଅସୁର ପାଇଁ ଆଜିର ଦିନରେ ବୁଡା ଚକୁଳି ସହିତ ଆମିଷ ଭୋଗ କରାଯିବାର ପରମ୍ପରା ରହିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୧/୨୦୨୩---୭,୧୦