Breaking News

ଗ୍ରାମାଞ୍ଚଳ ଟେନିସ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ



ବରଗଡ଼---  ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଠାରେ ଚାଲିଥିବା ଗ୍ରାମାଞ୍ଚଳ ଟେନିସ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଜଗବନ୍ଧୁ କଲତା ଓ ସମ୍ମାନୀତ ଅତିଥି ଭାବେ କ୍ରୀଡା ସଂସଦ ର ଉପସଭାପତି ଏକାଦଶିଆ ହଟେଇ ଯୋଗ ଦେଇ ଟ୍ରଫି ପ୍ରଦାନ କରିଥିଲେ। ଆଜି ର ଫାଇନାଲ ମ୍ୟାଚ ଜମ୍ମୁଡା ଏକାଦଶ ଓ ସୋର୍ଣ୍ଣା ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସୋର୍ଣ୍ଣା ଦଳ ନିର୍ଦ୍ଧାରିତ ୮ ଓଭରରେ ୬୯ ରନ ସଂଗ୍ରହ କରି ଥିଲେ।  ପରେ ଜମ୍ମୁଡା ଦଳ ୭.୧ ଓଭରରେ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲେ। ଫଳରେ ଜମ୍ମୁଡା ଦଳ ବିଜେତା ହୋଇଥିଲେ। ମ୍ଯାନ ଅପ ଦ ମ୍ଯାଚ ଜମ୍ମୁଡା ଦଳ ର ସୂର୍ଯ୍ୟ ମହାନ୍ତି, ମ୍ଯାନ ଅପ ଦ ସିରିଜ ଗଣେଶ ମେହେର, ବେଷ୍ଟ ବ୍ଯାଟସ ମ୍ଯାନ ମାର୍ଟିନ ଖାନ୍, ବେଷ୍ଟ ବୋଲର ଚିନ୍ମୟ, ବେଷ୍ଟ ଫିଲ୍ଡର ବବଲୁ ହୋଇଥିଲେ।  ବିନାୟକ ମେହେର, ସୂରଜ ସାହୁ ଓ ଜଗଦାନନ୍ଦ ଖେଳ ପରିଚାଳନା କରିଥିଲେ। ସ୍କୋରର ଭାବେ ଅଭିଲାଶ ଭୂଏ ଓ ପଦ୍ମଲୋଚନ ପଟେଲ ।ଧାରାବିବରଣୀ ପ୍ରଦାନ କରିଥିଲେ ପ୍ରଭଞ୍ଜନ ଶତପଥୀ ଓ ବାପି ସାହୁ। ଏଥିରେ ରେମଣ୍ଡା କ୍ରୀଡା ସଂସଦ ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧/୧/୨୦୨୩----୧୧,୪୫ Sakhigopal News,1/1/2023

Blog Archive

Popular Posts