ଟାଉନ୍ ହଲ୍ ରେ ମାଗଣା ସ୍ବାସ୍ଥ୍ୟ ସେବା ଶିବିର
ଭଞ୍ଜନଗର--- ସ୍ଥାନୀୟ ଟାଉନ୍ ହଲ୍ ପରିସରରେ ଶୁକ୍ରବାର ଏକ ମାଗଣା ମେଗା ସ୍ବାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଯାଇଛି। ଏଥିରେ ଅଞ୍ଚଳର ୫ଶହରୁ ଉର୍ଦ୍ଧ ଜନସାଧାରଣ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ଔଷଧ ବଣ୍ଟନ କାରାଯାଇଥିଲା। ଅନୁନ୍ୟ ୧୦ଟି ବିଭାଗର ବିଶେଷଜ୍ଞ ଡାକ୍ତର ମାନେ ଉପସ୍ଥିତ ରହି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ବିଭିନ୍ନ ପରୀକ୍ଷା ମଧ୍ୟ ମାଗଣାରେ ଉପଲବ୍ଧ କରାଇ ଥିବା ଦେଖିବାକୁ ମିଳିଥିଲା। ଏହି ମେଗା ସ୍ବାସ୍ଥ୍ୟ ପରାମର୍ଶ ଶିବିର କୁ ସ୍ଥାନୀୟ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଉଦଘାଟନ କରିଥିବା ବେଳେ ଏଥିରେ ନଗରପାଳ ଗୋପବନ୍ଧୁ ମହାପାତ୍ର ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଭୁବନେଶ୍ୱରର ଘରୋଇ ମେଡିକାଲ କଲେଜ ଓ ହସ୍ପିଟାଲ ହାଇଟେକ୍ ପକ୍ଷରୁ ପ୍ରଥମ ଥର ପାଇଁ ଏଠାରେ ଏଭଳି ସ୍ବାସ୍ଥ୍ୟ ସେବା ଶିବିର ଆୟୋଜନ କରାଯାଇଥିଲା। ଏଣିକି ନିୟମିତ ବ୍ୟବଧାନରେ ଏଭଳି ସ୍ବାସ୍ଥ୍ୟ ସେବା ଶିବିର ବିଭିନ୍ନ ମେଡିକାଲ କଲେଜ ଓ ହସ୍ପିଟାଲ ପକ୍ଷରୁ ଆୟୋଜିତ କରାଯିବା ବ୍ୟବସ୍ଥା କରାଯିବ ବୋଲି ନିଜ ପ୍ରତିକ୍ରିୟାରେ ନଗରପାଳ ଗୋପବନ୍ଧୁ ମହାପାତ୍ର ଉଲ୍ଲେଖ କରିଛନ୍ତି। ଅନ୍ୟ ପକ୍ଷରେ ଏଭଳି ପ୍ରୟାସ କୁ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଭୂୟସୀ ପ୍ରଶଂସା କରିଛନ୍ତି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୧/୧୧/୨୦୨୨---୮,୪୦ Sakhigopal News,11/11/2022